ନୂଆଦିଲ୍ଲୀ: NCERT ର ନାସନାଲ ଅସସେସମେଣ୍ଟ ସେଣ୍ଟର ବା ପରଖ ପକ୍ଷରୁ ଏକ ରିପୋର୍ଟ ପ୍ରସ୍ତୁତ କରାଯାଇଛି | ଏହି ରିପୋର୍ଟରେ ଦ୍ୱାଦଶ ପରୀକ୍ଷା ରିପୋର୍ଟ କାର୍ଡରେ ୯ମ, ୧୦ମ ଏବଂ ଏକାଦଶ ପରୀକ୍ଷାର ମାର୍କ ଯୋଡିବା ପାଇଁ ଅନୁରୋଧ କରାଯାଇଛି | ଇଣ୍ଡିଆନ ଏକ୍ସପ୍ରେସରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ଗତ ଏକ ବର୍ଷ ଧରି ୩୨ଟି ସ୍କୁଲ ବୋର୍ଡ଼ ସହ ଆଲୋଚନା ପରେ ପରଖ ପକ୍ଷରୁ ଏହି ରିପୋର୍ଟ ଚଳିତ ମାସରେ ଶିକ୍ଷା ମନ୍ତ୍ରାଳୟକୁ ପ୍ରଦାନ କରାଯାଇଛି |
ରିପୋର୍ଟରେ ୯ମ ଶ୍ରେଣୀର ୧୫ ପ୍ରତିଶତ, ଦଶମ ଶ୍ରେଣୀର ୨୦ ପ୍ରତିଶତ ଏବଂ ଏକାଦଶ ଶ୍ରେଣୀର ୨୫ ପ୍ରତିଶତ ଏବଂ ଦ୍ୱାଦଶ ଶ୍ରେଣୀର ୪୦ ପ୍ରତିଶତ ୱେଟେଜ ରଖିବା ପାଇଁ ସୁପାରିଶ କରାଯାଇଛି | ପରଖ ପକ୍ଷରୁ ଆହୁରି କୁହାଯାଇଛି, ଜଏଣ୍ଟ ରିପୋର୍ଟ ଫରମେଟିଭ ଅସସେସମେଣ୍ଟ (ହୋଳିସ୍ଟିକ ପ୍ରୋଗ୍ରେସ କାର୍ଡ, ଗ୍ରୁପ ଡିସ୍କସନ, ଓ ପ୍ରୋଜେକ୍ଟ ) ଏବଂ ସମେଟିଭ ଆସେସମେଣ୍ଟ (ଟର୍ମ ଏକଜାମ)ର ଆଧାରରେ କରାଯିବ |
ରିପୋର୍ଟରେ ଆହୁରି ପରାମର୍ଶ ଦିଆଯାଇଛି ଯେ, ନବମରେ ଫରମେଟିଭ ଅସସେସମେଣ୍ଟ ୭୦% ଓ ସମେଟିଭ ଆସେସମେଣ୍ଟ ୩୦% ଯୋଡ଼ାଯିବ | ସେହିପରି, ୧୦ମ ରିପୋର୍ଟ କାର୍ଡର ୫୦% ଫରମେଟିଭ ଅସସେସମେଣ୍ଟ ଓ ୫୦% ସମେଟିଭ ଆସେସମେଣ୍ଟ ଏବଂ ଏକାଦଶରେ ୪୦% ଫରମେଟିଭ ଅସସେସମେଣ୍ଟ ଓ ୬୦% ସମେଟିଭ ଆସେସମେଣ୍ଟ ପାଇଁ ଯୋଡ଼ାଯିବ | ଅନ୍ୟ ପକ୍ଷେ ଦ୍ୱାଦଶ ଶ୍ରେଣୀରେ ୩୦% ଫରମେଟିଭ ଅସସେସମେଣ୍ଟ ଓ ୭୦% ସମେଟିଭ ଆସେସମେଣ୍ଟର ରହିବ |
ଖବର ଅନୁଯାୟୀ, ଏହି ରିପୋର୍ଟ ସମସ୍ତ ସ୍କୁଲକୁ ପ୍ରଦାନ କରାଯିବ ଯଦ୍ୱାରା ସମସ୍ତେ ଏହା ଉପରେ ନିଜର ମନ୍ତବ୍ୟ ଦେଇପାରିବେ | ଏପରିକି ଏନେଇ ଗତ ସପ୍ତାହରେ ହରିୟାଣା, ମହାରାଷ୍ଟ୍ର, ମଧ୍ୟ ପ୍ରଦେଶ, ରାଜସ୍ଥାନ, ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ ଏବଂ ବିହାରର ଅଧିକାରୀ ସ୍ତରରେ ଆଲୋଚନା କରାଯାଇଛି |