
ଭିଜିଲାନ୍ସ ଜାଲରେ ଛନ୍ଦି ହେଲେ ଆଉ ଜଣେ ସରକାରୀ ଅବକାରୀ କମିଶନର।ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଦିର୍ଘଦିନରୁ ଅବକାରୀ କମିଶନ ରାମଚନ୍ଦ୍ରଙ୍କ ନାଁରେ ଅଭିଯୋଗ ଆସିଥିଲା । ଆଜି ତାଙ୍କ ଘରେ ରେଡ କରିଛି ଭିଜିଲାନ୍ସ ବିଭାଗ ।ଏକକାଳୀନ ୧୦ଟି ସ୍ଥାନରେ ଭୁବନେଶ୍ୱର,ବଲାଙ୍ଗୀର ଭଳି ବିଭିନ୍ନ ସ୍ଥାନରେ ଚାଲିଛି ଚଢ଼ାଉ ।ଏହି ଚଢ଼ାଉରେ ୧୦ଜଣ ଡିଏସପି,୧୫ଜଣ ଇନିସପେକ୍ଟର ଓ ଅନ୍ୟ ଭିଜିଲାନ୍ସ କର୍ମଚାରୀ ସାମିଲ ହୋଇଛନ୍ତି । ସକାଳ ୬ଟାରୁ ଏହି ଚଢ଼ାଉ ଆରମ୍ଭ ହୋଇଛି ।ଦୁର୍ନୀତିମୁକ୍ତ ସମାଜ ଗଠନ ପାଇଁ ଅଣ୍ଟା ଭିଡିଛି ଭିଜିଲାନ୍ସ ବିଭାଗ ।