
ଦିନକୁ ଦିନ ବଢ଼ିବାରେ ଲାଗିଛି ଆତଙ୍କବାଦୀଙ୍କ ଆତଙ୍କ ।ସୀମାରେ ବାରମ୍ବାର ଭାରତୀୟ ସେନାକୁ କରୁଛନ୍ତି ଆକ୍ରମଣ ।ସୀମାରେ ଆତଙ୍କବାଦୀଙ୍କ ହମଲା ଲାଗି ରହିଥିବାରୁ ଭାରତ ଯବାନ ମଧ୍ୟ ସହିଦ ହୋଇଛନ୍ତି ।ସେଥିପାଇଁ ଭାରତ ସରକାର ପାକିସ୍ତାନ ସରକାରଙ୍କୁ କଡା ଚେତାବନୀ ଦେଇଛନ୍ତି ।ଏହା ସହିତ ଜମ୍ମୁ-କାଶ୍ମୀରରୁ ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ଦୃଢ ପଦକ୍ଷେପ ନେଇଛନ୍ତି ।ଜମ୍ମୁକାଶ୍ମୀରକୁ ମାଲକାନଗିରି ଓ କୋରାପୁଟରୁ ୨୦୦୦ ବିଏସଏଫ ଯବାନଙ୍କୁନିଯୁକ୍ତି ଦିଆଯାଇଛି ।
ଆତଙ୍କବାଦୀଙ୍କ ଆକ୍ରମଣରେ ଜୁଲାଇ ମାସରେ ସହିଦ ହେଲେଣି ୧୨ଜଣ ଯବାନ । ଜମ୍ମୁ କାଶ୍ମୀରରୁ ୩୭୦ ଧାରା ଉଛେଦ ହେବ ପରେ ଆତଙ୍କବାଦୀଙ୍କ ଉତ୍ପାତ କମିଥିଲା। ମାତ୍ର ଗତ କିଛି ଦିନ ହେବ ଆତଙ୍କବାଦୀଙ୍କ ଆତଙ୍କ ବୃଦ୍ଧି ପାଇବାରେ ଲାଗିଛି ।ନିକଟରେ ଜମ୍ମୁର କୁପୱାଡ଼ା ଠାରେ ପାକିସ୍ତାନର ବାଟ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ।ଏହି ଆକ୍ରମଣରେ ୫ଜଣ ଯବାନ ସହିଦ ହୋଇଥିଲେ,ଏବଂ ଭାରତୀୟ ସେନା ମଧ୍ୟ ଆତଙ୍କବାଦୀଙ୍କୁ କଡା ଜବାବ ଦେଇଥିଲେ ।ଆତଙ୍କବାଦୀଙ୍କ ଆକ୍ରମଣକୁ ରୋକିବା ପାଇଁ ଅଣ୍ଟାଭିଡିଛି ଭାରତ ସରକାର ।