ଭୁବନେଶ୍ୱର: ମୋହନ ସରକାର ତାଙ୍କର ପ୍ରଥମ ବଜେଟ ଆଜି ବିଧାନସଭାରେ ଉପସ୍ଥାପନ କରିଛନ୍ତି | ଏକ ବିକଶିତ ରାଜ୍ୟ ଗଠନ ଉପରେ ପ୍ରଥମ ବଜେଟରେ ଗୁରୁତ୍ୱ ଦେଇଛନ୍ତି ବିଜେପି ସରକାର । ୨୦୨୩-୨୪ ତୁଳନାରେ ଏଥର ୧୫ ପ୍ରତିଶତ ଅଧିକ ବଜେଟ ପ୍ରସ୍ତୁତ କରିଛନ୍ତି ସରକାର । ୨ଲକ୍ଷ ୬୫ ହଜାର କୋଟିର ଏହି ବଜେଟରେ ରହିଛି ଅନେକ ନୂଆ ଯୋଜନା । ସମ୍ୟକରେ ଜାଣନ୍ତୁ କଣ ଅଛି ଏହି ବଜେଟରେ –
-ସୁଭଦ୍ରା ଯୋଜନା ପାଇଁ ୧୦ହଜାର କୋଟି
-କୃଷି ପାଇଁ ୩୩ ହଜାର କୋଟି, ଧାନ କୁଇଣ୍ଟାଲ ପିଛା ୩୧ ସହ ଟଙ୍କା
-ଅନାଥ ଶିଶୁଙ୍କ ପାଇଁ ଆସିଲା ନୂଆ ଯଶୋଦା ଯୋଜନା; ୮୩ କୋଟିର ପ୍ରାବଧାନ ରଖିଲେ ସରକାର
-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ପାଇଁ ୩ ହଜାର ୫୬ କୋଟି ଟଙ୍କା
-ଆୟୁଷ୍ମାନ ଭାରତ ଯୋଜନା ପାଇଁ ୫୦୦ କୋଟି ଟଙ୍କା
- ଶ୍ରୀ ଅନ୍ନ ଅଭିଯାନ ପାଇଁ ୬୪୯ କୋଟି ଟଙ୍କା
- ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ସେବା ମିଶନ ପାଇଁ ୨୪୬୨ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି ସରକାର
-ଶ୍ରୀମନ୍ଦିର ପାଇଁ ୫ ଶହ କୋଟିର କର୍ପସ ପାଣ୍ଠି ଘୋଷଣା - -ମହିଳା ଓ ଶିଶୁ ବିକାଶ ପାଇଁ ୧୭, ୯୪୨ କୋଟି ବ୍ୟୟବରାଦ
- ଆଦର୍ଶ ଆଦିବାସୀ ଗ୍ରାମ କାର୍ଯ୍ୟକ୍ରମ ଆରମ୍ଭ: ଆଗାମୀ ୫ ବର୍ଷରେ ୫୦୦ ଗାଁକୁ ଆଦର୍ଶ ଗାଁ କରିବାର ଲକ୍ଷ୍ୟ
-ସାମାଜିକ ସୁରକ୍ଷା ଭତ୍ତା ୩ ହଜାର ୫ଶହ ଟଙ୍କାକୁ ବୃଦ୍ଧି । ପ୍ରଥମ ପର୍ଯ୍ୟାୟରେ ୮୦ ବର୍ଷରୁ ଅଧିକ ବୟସ୍କଙ୍କୁ ମିଳିବ ବର୍ଦ୍ଧିତ ଭତ୍ତା।
-ପଞ୍ଚସଖା ଶିକ୍ଷା ସେତୁ ଅଭିଯାନ ପାଇଁ ବଜେଟରେ ୩୩୨ କୋଟି ବ୍ୟୟ ବରାଦ - -ମେଟ୍ରୋ ପ୍ରକଳ୍ପ ପାଇଁ ୧ ହଜାର କୋଟିର ବ୍ୟୟ ବରାଦ
- -ଡ୍ରପ୍ ଆଉଟ ରୋକିବାକୁ ନୂଆ ‘ମାଧୋ ସିଂହ ହାତ ଖର୍ଚ୍ଚ’ ଯୋଜନା