
ନୂଆଦିଲ୍ଲୀ: ବଜେଟରେ ସୁନାରୂପା ଉପରେ ସୀମା ଶୁଳ୍କ ହ୍ରାସ ଘୋଷଣା ପରେ କମିଛି ଦର | ସୁନା ଦର ପ୍ରତି ୧୦ ଗ୍ରାମ ପିଛା ୪ ହଜାର ଟଙ୍କା କମିଛି | ସେହିପରି ରୁପା ଦର କିଲୋ ପିଛା ୪,୭୨୦ ଟଙ୍କା ହ୍ରାସ ପାଇଛି |
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମନ ଆଜି ୨୦୨୪-୨୫ର ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି | ବଜେଟରେ ସୁନା ଓ ରୁପା ଉପରେ ସୀମା ଶୁଳ୍କ ହ୍ରାସ ଘୋଷଣା କରିଥିଲେ | ଏଥିରେ ସୀମା ଶୁଳ୍କ ୧୫% ରୁ ହ୍ରାସ ପାଇ ୬% କରାଯାଇଛି | ମୂଳ ସୀମା ଶୁଳ୍କ ୧୦ରୁ ୫% ଓ କୃଷି ସେସ୍ ୫%ରୁ ୧%କୁ କମାଇ ଦିଆଯାଇଛି |
ଏହି ଘୋଷଣା କରାଯିବା ପରେ ସୁନା ରୁପା ଦର କମିଥିବା ଦେଖିବାକୁ ମିଳିଛି | ମଲ୍ଟି କମଡିଟି ଏକ୍ସଚେଞ୍ଜ ବା ଏମସିଏକ୍ସରେ ସୁନା ଦର ୧୦ ଗ୍ରାମ(୨୪ କ୍ୟାରେଟ) ପିଛା ୭୨,୮୩୮ ହଜାରରୁ ୬୮,୫୦୦କୁ ଖସି ଆସିଛି। ଏହା ପରେ ଗ୍ରାହକଙ୍କ ମଧ୍ୟରେ ଉତ୍ସାହ ବଢିଥିବା ଦେଖିବାକୁ ମିଳିଛି |