 
        କଥାରେ ଅଛି ଭାରତ ଭଳି ଦେଶ ନାହିଁ । ଆଉ ଏଥର ଖାଇବା ତ ନ କହିଲେ ଭଲ ଏହାକୁ ଆଜି ପ୍ରମାଣ କରିଛନ୍ତି ଜାପାନ ପ୍ରଧାନମନ୍ତ୍ରୀ । ଗୁପ୍ଚୁପ୍ ଖାଇଲେ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିିଦା। କେବଳ ଗୁପ୍ଚୁପ୍ ନୁହେଁ ପିଇଲେ ଲସି ଆଉ ଆମ୍ବ ପଣା। ଚାଖିଲେ ଭାରତର ସ୍ୱାଦିଷ୍ଟ ଖାଦ୍ୟ। ଦୁଇ ଦିନିଆ ଭାରତ ଗସ୍ତରେ ଆସିଥିବା ଜାପାନ ପ୍ରଧାନମନ୍ତ୍ରୀ ଗତକାଲି ଦିଲ୍ଲୀରେ ମୋଦିଙ୍କ ସହ ମିଶି ଭାରତର ଏସବୁ ସୁସ୍ୱାଦୁ ଖାଦ୍ୟର ଆନନ୍ଦ ଉଠାଇଛନ୍ତି।
ଗତକାଲି ସକାଳେ ଦୁଇଦିନିଆ ଭାରତ ଗସ୍ତରେ ଆସି ନୂଆଦିଲ୍ଲୀରେ ପହଞ୍ଚିବା ପରେ ଫୁମିଓ କିଶିଦାଙ୍କୁ ସ୍ୱାଗତ ଜଣାଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହାପରେ ଫୁମିଓ କିଣିଦାଙ୍କୁ ନେଇ ଦିଲ୍ଲୀର ବୁଦ୍ଧ ପାର୍କକୁ ଯାଇଥିଲେ ମୋଦି। ଏହି ଅବସରରେ ମୋଦି ତାଙ୍କୁ ଦେଶର ପାରମ୍ପରିକ ଖାଦ୍ୟ ଗୁପ୍ଚୁପ୍ ଖୁଆଇଥିବା ବେଳେ ଲସି ବି ପିଆଇଛନ୍ତି। ଜାପାନ ପ୍ରଧାନମନ୍ତ୍ରୀ ଗୋଟିଏ ଗୁପଚୁପ୍ ଖାଇବା ପରେ ଆଉ ଗୋଟେ ମାଗିକି ବି ଚାଖିଥିଲୋ। ଏହି ଚଟପଟା ସ୍ୱାଦ ତାଙ୍କୁ ବେଶ୍ ପ୍ରଭାବିତ କରିଥିଲା।
ଦୁଇ ଦିନିଆ ଭାରତ ଗସ୍ତରେ ଆସିଥିବା ଫୁମିଓ କିଶିଦା ସୋମବାର ହାଇଦ୍ରାବାଦ ହାଉସରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଆଲୋଚନା କରିଛନ୍ତି। ପ୍ରତିରକ୍ଷା, ବାଣିଜ୍ୟ, ପୁଞ୍ଜି ବିନିଯୋଗ ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଭାରତ ଓ ଜାପାନ ମଧ୍ୟରେ ସହଯୋଗ ବୃଦ୍ଧି ଉପରେ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଛିା ମୋଦି- କିଶିଦା ଆଲୋଚନାରେ ଚୀନ୍ କାର୍ୟ୍ୟକଳାପ ଉପରେ ମଧ୍ୟ ଗୁରୁତ୍ୱାରୋପ କରାଯାଇଥିବା କୁହାଯାଉଛି। ଜାପାନ ଏ-୭ର ଅଧ୍ୟକ୍ଷତା କରୁଥିବାବେଳେ ଏ-୨୦ର ଅଧ୍ୟକ୍ଷତା କରୁଛି ଭାରତ। ତେଣୁ ଉଭୟ ଦେଶ ମିଶି ଅନ୍ତର୍ଜାତୀୟ ସମୁଦାୟର ବିକାଶ ଲାଗି କ୍ୟାରୀ କରିବାର ଆବଶ୍ୟକତା ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହାପରେ ଉଭୟେ ବୁଦ୍ଧା ଜୟନ୍ତୀ ପାର୍କ ଅଞ୍ଚଳ ବୁଲି ଦେଖିଥିଲେ। ଏହି ସମୟରେ ମୋଦି ଜାପାନ ପ୍ରଧାନମନ୍ତ୍ରୀଙ୍କୁ ଗୁପଚୁପ୍ ଖୁଆଇଥିଲେ।
ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ପ୍ରତିପକ୍ଷ ଫୁମିଓ କିଶିଦାଙ୍କୁ କର୍ଣ୍ଣାଟକର ଐତିହ୍ୟ ସହ ଜଡ଼ିତ ଏବ ବୁଦ୍ଧ ମୂର୍ତ୍ତି ଉପହାର ଆକାରରେ ଦେଇଛନ୍ତି। ଚନ୍ଦନ କାଠରେ ନିର୍ମିତ ଏହି ମୂର୍ତ୍ତିଟିକୁ କଦମ୍ବ କାଠରେ ତିଆରି ହୋଇଥିବା ବାକ୍ସ ମଧ୍ୟରେ ରଖି ମୋଦି ଉପହାର ଦେଇଥିବା ସୂଚନା ରହିଛି।ଆସନ୍ତା ମେ’ ମାସରେ ହିରୋସିମାରେ ଅନୁଷ୍ଠିତ ହେବାକୁ ଥିବା ଜି୭ ଶିଖର ସମ୍ମିଳନୀକୁ ନିମନ୍ତ୍ରଣ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିସିଦାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
 
         
         
         
         
         
        