
ଥମିବାରେ ଲାଗୁନି ନିଟ ବିବାଦ, ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲାରେ ସିବିଆଇ ପାଟନାର ୪ଜଣ ଡାକ୍ତରୀ ଛାତ୍ରଙ୍କୁ ଗିରଫ କରିଛି। ସୂଚନା ମୁତାବକ ଏହି ୪ଜଣ ଡାକ୍ତରୀ ଛାତ୍ର ଏମବିବିଏସ୍ ତୃତୀୟ ବର୍ଷର ଚନ୍ଦନ ସିଂ, ରାହୁଲ ଅନନ୍ତ, କୁମାର ସାନୁ ଏବଂ ଦ୍ୱିତୀୟ ବର୍ଷର ଛାତ୍ର କରଣ ଜୈନ ବୋଲି ଜଣାପଡିଛି ।୨୦୧୧ ବ୍ୟାଚର ଛାତ୍ର ବୋଲି ସୂଚନା ମିଳିଛି ।
ସେମାନଙ୍କ ରୁମରୁ ମୋବାଇଲ ଓ ଲାପଟପ ଜବତ କରିଛି ପୁଲିସ ।ସୂଚନା ମୁତାବକ, ଏହି ୪ଜଣଙ୍କର ପ୍ରଶ୍ନପତ୍ର ଲିକ୍ ମାମଲାରେ ହାତ ଥିଲା ବୋଲି ଜଣାପଡିଛି। ଏହି ୪ଜଣ ଛାତ୍ରଙ୍କୁ ପଚାର ଉଚୁରା କରିବା ସହ ସିବିଆଇ ତଦନ୍ତ ଜାରି ରଖିଛି । ପ୍ରଶ୍ନପତ୍ର ଲିକ୍ ସହ ପରୀକ୍ଷାରେ ଅନିୟମିତତା ଯୋଗୁଁ ଛାତ୍ରଛାତ୍ରୀଙ୍କୁ ବ୍ୟଥିତ ହୋଇ ଆନ୍ଦୋଳନ କରି ରାଜରାସ୍ତାକୁ ଓଲ୍ହାଇବା ସହ ଏହି ଘଟଣା କୁ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ନେଇଥିଲେ। ବିବାଦ ତୀବ୍ର ରୂପ ନେବ ପରେ ଜାତୀୟ ପରୀକ୍ଷା ସଂସ୍ଥା(NTA) ସିବିଆଇକୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲା।ଏହି ମାମଲାରେ ବିହାରର କିଙ୍ଗପିନ୍ ରକିକୁ ସିବିଆଇ ଗିରଫ କରିଥିବା ସୂଚନା ମିଳିଛି ।