
ଜନ୍ମବେଦୀରୁ ବାହୁଡ଼ିଛନ୍ତି ଦାରୁବ୍ରହ୍ମ
ଜନ୍ମବେଦୀରୁ ବାହୁଡ଼ି ସାରିଛନ୍ତି ଦାରୁବ୍ରହ୍ମ
ସୁନାବେଶ,ଅଧରପଣା ପରେ ହେବ ନିଳାଦ୍ରୀ ବିଜେ
ଶେଷ ହୋଇଛି ମହାପ୍ରଭୁଙ୍କ ପବିତ୍ର ବାହୁଡ଼ା ଯାତ୍ରା, ଅଧରପଣା, ସୁନା ବେଶ ପରେ ହେବ ନିଳାଦ୍ରୀ ବିଜେ| ଶ୍ରୀକ୍ଷେତ୍ରରେ ଶୀଜୀଉମାନଙ୍କର ଭିନ୍ନ ଭିନ୍ନ ବେଶ ହୋଇଥାଏ |ସେଥି ମଧ୍ୟରୁ ସବୁଠୁ ଆକର୍ଷଣୀୟ ହେଉଛି ମହାପ୍ରଭୁଙ୍କ ସୁନାବେଶ,|ବର୍ଷସାରା ସର୍ବମୋଟ ୬ଥର ମହା ପ୍ରଭୁଙ୍କ ସୁନାବେଶ ହୋଇଥାଏ |ବର୍ଷସାରା କରାୟାଉଥିବା ସୁନା ବେଶ ମଧ୍ୟରୁ ରଥ ଉରପରେ କରାୟାଉଥିବା ସୁନା ବେଶ ସବୁଠାରୁ ବୃହତ | ରଥ ଉପରେ ସୁନାବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି ଶ୍ରୀଜିଉ | ସୁନାବେଶ ରାଜା କପିଳେନ୍ଦ୍ର ଦେବଙ୍କ ସମଯରୁ ଆରମ୍ଭ ହୋଇଥିଲା | କପିଳେନ୍ଦ୍ର ଦେବ କୃଷ୍ଣା ନଦୀ ପର୍ଯ୍ଯନ୍ତ ନିଜର କାଯା ବିସ୍ତାର କରିଥିଲେ| ଅନେକ ରାଜାଙ୍କୁ ପରାସ୍ତ କରି ସେମାନେ କିରିଟୀ, ମୁକୁଟ ସିଂହାସନ ଏବଂ ସୁନା ୧୬ଟି ହାତୀ ପିଠିରେ ଆଣିଥିଲେ |ସେହି ସୁନାକୁ ନିଜ କାର୍ଯ୍ୟରେ ନଲଗାଇ ମହାପ୍ରଭୁଙ୍କ କାର୍ଯ୍ୟରେ ଲଗାଇଥିଲେ|ସେହି ସୁନାରେ ମହାପ୍ରଭୁଙ୍କର ସୁନା ଅଳଙ୍କାର ହୋଇଛି ବୋଲି ଇତିହାସ କହେ| ରତ୍ନବେଦୀରେ ମହାପ୍ରଭୁଙ୍କର ସମସ୍ତ ବେଶକୁ ଦର୍ଶନ କରିପାରୁ ନାହାଁନ୍ତି,ସେବକଙ୍କ ଅନୁରୋଧରେ କପିଳେନ୍ଦ୍ର ଦେବ ରଥ ଉପରେ ସୁନାବେଶ ଆରମ୍ଭ କରିଥିଲେ| ମହାପ୍ରଭୁଙ୍କକ ବିଭିର୍ଣ୍ଣ ଅଙ୍ଗ ସୁନାରେ ଲାଗିଲା କାହିଁକିନା ମହାପ୍ରଭୁଙ୍କର ସମସ୍ତ ଅଙ୍ଗ ନାହିଁ ବୋଲି ଗବେଷକ କୁହନ୍ତି| କେବଳ ଯେ ଫୁଲ, ତୁଳସୀ ନୁହେଁ ମହାବାହୁଙ୍କୁ ସୁନାରେ ଦେଖିବାକୁ ଭକ୍ତର ମନ ହୁଏ ଅଥୟ | ସେଥିପାଇଁ ତ ସେ ଭାବର ଠାକୁର ଭାବରେ ଡ଼ାକିଲେ ଭକତର ମନକୁ ବୁଝିପାରେ କାଳିଆ ସାଆନ୍ତ| ଭକ୍ତର ମନକୁ ବୁଝି ସୁନାବେଶକୁ ଗ୍ରହଣ କରିଥାନ୍ତି ବୋଲି ବିଶ୍ୱାସ ରହିଛି |