ରାଜ୍ୟରେ ଘୁର୍ଣ୍ଣିବଳୟ ସାଙ୍ଗକୁ ମୌସୁମୀ ବାୟୁ ସକ୍ରିୟ ରହିଛି ।ଯାହା ପ୍ରବାହରେ ରାଜ୍ୟରେ ୧୭ତାରିଖ ପର୍ଯ୍ୟନ୍ତ ବର୍ଷ ପ୍ରବାହ ଜାରି ରହିଛି ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।ଆସନ୍ତା ୨୪ଘଣ୍ଟା ମଧ୍ୟରେ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ସହିତ କିଛି ସ୍ଥାନରେ ବର୍ଷା ଅଧିକ ପରିମାଣରେ ହେବାର ସମ୍ଭାବନା ରହିଛି ।
ଆସନ୍ତା ୧୮ତାରିଖରୁ ପାଗ ବଦଳିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।ବାଲେଶ୍ବର, ଭଦ୍ରକ, ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ଯାଜପୁର, କେନ୍ଦ୍ରାପଡା, ଝାରସୁଗୁଡା ଏବଂ ସମ୍ବଲପୁରକୁ ୟେଲୋ ଆଲର୍ଟ ଜାରି କରାଯାଇଛି।ତେବେ ଗତ ୨୪ଘଣ୍ଟାରେ ଗଂଜାମ ଜିଲ୍ଲାରେ ସର୍ବାଧିକ ୫୭ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ୧୬ ତାରିଖରେ ୫ ଜିଲ୍ଲା, ୧୭ ତାରିଖରେ ୬ଟି ଓ ୧୮ ତାରିଖରେ ୫ ଜିଲ୍ଲାକୁ ସତର୍କ କରାଯାଇଛି।

