ସିଟି ଜିଏସ୍ଟି ବିଭାଗର ବଡ ଧରଣର ଚଢ଼ାଉ।ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ବ୍ୟାପକ ପରିମାଣର ସୁନା ଓ ରୂପା ଜବତ ହୋଇଛି ।ପାଖାପାଖୀ ୮୦ କେଜି ସୁନା ଓ ଦେଢ଼ କ୍ବିଣ୍ଟାଲ ରୂପା ଜବତ ହୋଇଥିବା ସୂଚନା ମିଳିଛି । ସୁନାର ଆନୁମାନିକ ମୂଲ୍ୟ ୩୦ କୋଟିରୁ ଉର୍ଦ୍ଧ୍ବ ହେବ। ସେହିପରି ରୁପାର ମୂଲ୍ୟ ୫ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି।
ବ୍ୟାଙ୍କରୁ ଏଟିଏମ୍କୁ ଟଙ୍କା ନେବା ପାଇଁ ଯେଉଁ ଗାଡ଼ି ବ୍ୟବହାର କରାଯାଏ ସେହି ଗାଡ଼ିରେ ଚାଲାଣ ହୋଇଥିବା ସୂଚନା ମିଳିଛି ।ତେବେ ଏହି ଗାଡିରେ ସୁନା ନେବା ଆଣିବାକୁ ନେଇ ପ୍ରଶ୍ନ ଉଠିଛି।ଏକ ବଡ଼ ଧରଣର ସୁବ୍ୟବସ୍ଥିତ ଢାଞ୍ଚାରେ ଏପରି ସୁନା ଚାଲାଣ ହେଉଥିବା ସନ୍ଦେହ କରାଯାଉଛି। ଏହା କାରବାର କାହାର ହାତ ଅଛି ତାହା ଜାଣିବା ପାଇଁ ସିଟି ଜିଏସ୍ଟି ଟିମ୍ ତଦନ୍ତ ଆରମ୍ଭ କରିଛି।