Site icon UTKAL PRATIDIN

ମୋଦିଙ୍କ ଉପହାରରେ ଖର୍ଚ୍ଚ ହେଲା ୭୨୦୦ ହୀରା

7

ସୁରତ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା ଦେଶବିଦେଶରେ ବୃଦ୍ଧି ପାଉଥିବା ବେଳେ ଗୁଜରାଟର ସୁରତରେ ଜଣେ ଆର୍କିଟେକ୍ଟ ତାଙ୍କର ଏକ ପ୍ରତିକୃତି ତିଆରି କରିଛନ୍ତି l ଏହି ପ୍ରତିକୃତିରେ ସେ ୭୨୦୦ ହୀରା ବ୍ୟବହାର କରିଛନ୍ତି । ଆସନ୍ତା ସେପ୍ଟେମ୍ବର ୧୭ରେ ମୋଦୀଙ୍କ ୭୩ତମ ଜନ୍ମଦିବସ l ମୋଦିଙ୍କ ଜନ୍ମଦିବସ ଅବସରରେ ସମସ୍ତ ବିଜେପି କର୍ମୀଙ୍କ ସହ ପୁରା ସୁରତ ଚଳ ଚଞ୍ଚଳ ହୋଇ ଅନେକ ପ୍ରସ୍ତୁତି ଚଳାଇଛନ୍ତି l ଏହାରି ଭିତରେ ମୋଦିଙ୍କୁ ତାଙ୍କ ଜନ୍ମ ଦିନର ଉପହାର ଦେବା ପାଇଁ ଏହି ଯୁବ କଳାକାର ଜଣକ ଏପରି ଏକ ପ୍ରତିଛବି ତିଆରି କରିଛନ୍ତି ।

ସୁରତ ବାସିନ୍ଦା ବିପୁଲ ଜେପିୱାଲା ନାମକ ଏହି କଳାକାର ଜଣେ ଆର୍କିଟେକ୍ଟ ସହ ଇଂଜିନିୟର ମଧ୍ୟ । ଏଥି ସହ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଜଣେ ଉଚ୍ଚ ପ୍ରଶଂସକ । ଗୃହର ଡିଜାଇନ କରିବା ତାଙ୍କର ପେସା ହୋଇଥିବା ବେଳେ ଚିତ୍ର ଆଙ୍କିବା ତାଙ୍କର ଏକ ନିଶା । ଏହି ବିରଳ ପ୍ରତିକୃତିଟି ପ୍ରସ୍ତୁତ କରିବା ପାଇଁ ତାଙ୍କୁ ସାଢ଼େ ତିନିମାସ ସମୟ ଲାଗିଥିଲା ଓ ଏହାକୁ ତିଆରି କରିବା ପୂର୍ବରୁ ସେ ମୋଦିଙ୍କର ହଜାରରୁ ଉର୍ଦ୍ଧ ଫଟୋକୁ ଅନୁଧ୍ୟାନ କରିଥିବା କହିଛନ୍ତି l ପ୍ରଧାନମନ୍ତ୍ରୀ ମୋଦୀ ରାଷ୍ଟ୍ରୀୟ ଅତିଥି ଭାବେ ଆମେରିକା ଗସ୍ତ କରିବା ସମୟରେ ଆମେରିକାର ପ୍ରଥମ ମହିଳାଙ୍କୁ ହୀରା ଉପହାର ଦେଉଥିବା ଦେଖି ସେ ମୋଦୀଙ୍କୁ ତାଙ୍କ ଜନ୍ମଦିନରେ ତାଙ୍କର ଏକ ହୀରାଖଚିତ ପ୍ରତିକୃତି ଉପହାର ଦେବାକୁ ମନସ୍ଥ କରିଥିଲେ ।

ସେବେଠୁ ସେ ତାଙ୍କ ପ୍ରୟାସ ଆରମ୍ଭ କରିଦେଇଛନ୍ତି l ୭୨୦୦ ହୀରାଖଚିତ ଏହି ପ୍ରତିକୃତିର ମୂଲ୍ୟ କେତେ ବୋଲି ପ୍ରଶ୍ନର ଉତ୍ତରରେ ବିପୁଲ ଜେପିୱାଲା କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀଙ୍କ ତୁଳନାରେ ଏହି ମୂଲ୍ୟ କିଛି ନୁହେଁ । ସେ ମୂଲ୍ୟ କାହାକୁ ଜଣେଇବାକୁ ଚାହିଁ ନାହାନ୍ତି l ଫଟୋଟିକୁ ସଠିକ ରୂପେ ସୁନ୍ଦର ଭାବେ ଗଢି ତୋଳିବାକୁ ସେ ଏଥିରେ ଚାରି ପ୍ରକାର ହୀରାର ବ୍ୟବହାର କରିଛନ୍ତି l

Exit mobile version