Site icon UTKAL PRATIDIN

ପରୀକ୍ଷାରେ ଫଳ ବାହାରିବା ପରେ ୭ ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା

dead-woman-hand-body-with-focus-on_633e1abe-6848-11e7-95fb-ec6334583ea6

ହାଇଦ୍ରାବାଦ: ତେଲେଙ୍ଗାନାରେ ଅଭାବନୀୟ ଘଟଣା। ପରୀକ୍ଷାରେ ଫେଲ୍ ହେବା କାରଣରୁ ୪୮ ଘଣ୍ଟା ମଧ୍ୟରେ ୭ ଜଣ ଯୁକ୍ତ ଦୁଇ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ତେଲେଙ୍ଗାନା ବୋର୍ଡ ଅଫ୍ ଇଣ୍ଟରମିଡିଏଟ୍ ପରୀକ୍ଷା ଫଳ ଏପ୍ରିଲ ୨୪ରେ ପ୍ରଥମ ଓ ଦ୍ବିତୀୟ ବର୍ଷ ପାଇଁ ପ୍ରକାଶ ପାଇଛି।

ପରୀକ୍ଷାରେ ଫେଲ୍ ହେବା ପରେ ଦୁଇ ଜଣ ଛାତ୍ରୀ ଆତ୍ମହତ୍ୟା କରିଥିବା ମହାବୁବାବାଦ ଆରକ୍ଷୀ ଅଧୀକ୍ଷକ ସୂଚନା ଦେଇଛନ୍ତି। ସେହିଭଳି ଜଣେ ପ୍ରଥମ ବର୍ଷର ଛାତ୍ର ମଧ୍ୟ ସମାନ କାରଣରୁ ଆତ୍ମହତ୍ୟା କରିଥିବା ପୁଲିସ ଡେପୁଟି କମିସନର (ପୂର୍ବାଞ୍ଚଳ) ଆର୍ ଗିରିଧର ସୂଚନା ଦେଇଛନ୍ତି।

ଅନ୍ୟ ଏକ ଘଟଣାରେ ନାଲାକୁଣ୍ଟା ଅଞ୍ଚଳର ଜଣେ ବାଳକ ଜଡ଼ଚେର୍ଲାରେ ରେଳ ଧାରଣା ନିକଟରୁ ମୃତ ଅବସ୍ଥାରେ ଉଦ୍ଧାର ହୋଇଥିବା ବେଳେ ପରୀକ୍ଷାରେ ଫେଲ୍ ହେବାର କାରଣ ସନ୍ଦେହ କରାଯାଉଛି। ଏହାବ୍ୟତୀତ ମଞ୍ଚେରିଆଲ ଜିଲ୍ଲାର ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ପରୀକ୍ଷାରେ ଫେଲ୍ ହେବା କାରଣରୁ ବିଭିନ୍ନ ସ୍ଥାନରେ ପ୍ରଥମ ବର୍ଷର ଆଉ ୩ ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।

Exit mobile version