Site icon UTKAL PRATIDIN

ମଧ୍ୟାହ୍ନ ଭୋଜ ଖାଇ ୬୦ ଛାତ୍ରଛାତ୍ରୀ ଅସୁସ୍ଥ

Medcial-Ill-student

ଝାରସୁଗୁଡ଼ା ଜିଲ୍ଲା ଜମେରା ୟୁଜିଏମ୍‌ଇ ସ୍କୁଲ୍‌ରେ ଘଟିଛି ଏକ ଅଭାବନୀୟ ଘଟଣା। ମଧ୍ୟାହ୍ନ ଭୋଜନରେ ମିଳିଲା ପଚା ଅଣ୍ଡା ତରକାରୀ,ଯାହାକୁ ଖାଇ ଅସୁସ୍ଥ ହୋଇଗଲେ ୬୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ।ଆଜି ଶନିବାର ଥିବାରୁ ସାଢେ଼ ୯ଟା ବେଳେ ମଧ୍ୟାହ୍ନ ଭୋଜନ ଦିଆ ଯାଇଥିଲା। ମଧ୍ୟାହ୍ନ ଭୋଜନରେ ଭାତ ଓ ଅଣ୍ଡା ତରକାରୀ ଛାତ୍ରଛାତ୍ରୀଙ୍କୁ ଖାଇବାକୁ ଦିଆଯାଇଥିଲା।

ଖାଇ ସାରିବାର କିଛି ସମୟ ପରେ ଛାତ୍ରଛାତ୍ରୀଙ୍କ ପେଟରେ ଯନ୍ତ୍ରଣା ସହ ବାନ୍ତି ହୋଇଥିଲା।ତେବେ ଏହି ଘଟଣାକୁ ନେଇ ଅଭିଭାବକଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ଦେଖା ଦେଇଛି। ଏପରିକି ପିଲାଙ୍କୁ ପଚା ଅଣ୍ଡା ଦିଆଯାଇଥିବାରୁ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଥିବା ଅଭିଯୋଗ କରିଛନ୍ତି ଅଭିଭାବକ ।

Exit mobile version