Site icon UTKAL PRATIDIN

ରାଜଧାନୀ ରାଜରାସ୍ତାରେ ଗର୍ଜିଲେ ୩୦ ଜିଲ୍ଲାର ୬ ହଜାର ୭ଶହ ୯୮ ଜଣ ସମିତିସଭ୍ୟ

1234-1-750x430-1

ଭୁବନେଶ୍ବର: ରାଜଧାନୀରେ ଗର୍ଜିଲେ ରାଜ୍ୟ ତମାମରୁ ଆସିଥିବା ସମିତି ସଭ୍ୟ । ସରପଞ୍ଚଙ୍କ ଭଳି ସମାନ ଦରମା ଓ ଅଧିକାର ଦାବିରେ ଆନ୍ଦୋଳନ । ସରପଞ୍ଚଙ୍କୁ ୧୦ ହଜାର, ଆମକୁ କାହିଁକି ୭୫୦୦ ବୋଲି ସରକାରଙ୍କୁ କଲେ ପ୍ରଶ୍ନ । ୩୦ ଜିଲ୍ଲାର ୬ ହଜାର ୭ଶହ ୯୮ ଜଣ ସମିତିସଭ୍ୟ ଆଜି ରାଜଧାନୀରେ ଏକାଠି ହୋଇ ବିଶାଳ ଶୋଭାଯାତ୍ରା କରୁଛନ୍ତି। ବିଭିନ୍ନ ଦାବି ନେଇ ନବୀନ ନିବାସ ଘେରାଉ କରିବାକୁ ଉଦ୍ୟମ କରୁଛନ୍ତି।

୧୨ ଦଫା ଦାବିରେ ପୂର୍ବରୁ ୧୨୦ ଦିନ ଧାରଣାରେ ବସିଥିଲେ ସମିତି ସଭ୍ୟ । ସମିତି ସଭ୍ୟଙ୍କୁ ସରକାର ପ୍ରତାରଣା କରୁଛନ୍ତି କହିଛନ୍ତି ପ୍ରତିବାଦକାରୀ ।ସମିତିସଭ୍ୟ ସରପଞ୍ଚଙ୍କ ଠାରୁ ଅଧିକ କାମ କରୁଥିବା ବେଳେ ଦରମା ମଧ୍ୟ ବଢ଼ିବା ଦରକାର କହି ବିଶାଳ ରାଲି କରିଛନ୍ତି । ସରପଞ୍ଚ- ସମିତି ସଭ୍ୟଙ୍କ ମଧ୍ୟରେ ପାଚେରି ଠିଆ କରିଛନ୍ତି ସରକାର । ତାଙ୍କୁ ଯେଉଁ ଅଧିକାର ମିଳୁଛି ସମିତି ସଭ୍ୟଙ୍କୁ ମଧ୍ୟ ସେହି ଅଧିକାର ମିଳିବାକୁ ଦାବି କରିଛନ୍ତି ।

ଯଦି ସରକାର ଆମ ଦାବି ନଶୁଣନ୍ତି ତେବେ ଭୋଟ ପାଇଁ ସରକାରୀ ବାବୁ ଗାଁ ଗାଁକୁ ଯିବେ । ସେଠାରେ ମଧ୍ୟ ଆମେ ପ୍ରତିବାଦ କରିବୁ ବୋଲି କହିଛନ୍ତି ଆନ୍ଦୋଳନ କରୁଥିବା ସମିତି ସଭ୍ୟ ।

Exit mobile version