ସମ୍ବଲପୁର ଅଇଁଠାପାଲି ଥାନା ଅନ୍ତର୍ଗତ ଟାଙ୍ଗରପାଲି ଅଂଚଳରେ ଏକ ଘର ଭିତରୁ ମା’ ଓ ପୁଅଙ୍କ ମୃତଦେହ ଆଜି ଉଦ୍ଧାର କରାଯାଇଛି । ଝୁଲନ୍ତା ଅବସ୍ଥାରେ ଘର ଭିତରୁ ସେମାନଙ୍କ ମୃତଦେହ ଉଦ୍ଧାର କରାଯାଇଛି l ତେବେ ଏଯାଏଁ କିଛି ସ୍ପଷ୍ଟ ହୋଇନଥିବା ବେଳେ ସେମାନେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ଘର ଭିତରୁ ଦୁର୍ଗନ୍ଧ ବାହାରୁଥିବାରୁ ସ୍ଥାନୀୟ ଲୋକେ ପୋଲିସକୁ ସୂଚନା ଦେଇଥିଲେ l ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମା’ ଓ ପୁଅଙ୍କ ଝୁଲନ୍ତା ମୃତଦେହ ଥିବା ଉଦ୍ଧାର କରିଥିଲାl ମୃତ ମା’ ଙ୍କର ନା ଜ୍ୟୋସ୍ନାରାଣୀ ଦାସ ହୋଇଥିବା ବେଳେ ସେ ଜଣେ ଶିକ୍ଷୟିତ୍ରୀ ବୋଲି ଜଣାପଡିଛି l ଆତ୍ମହତ୍ୟା କରିଥିବା ପୁଅର ବୟସ ୨୭ ବର୍ଷ ଓ ତାଙ୍କ ନା ସୁଧିର ପଣ୍ଡା ବୋଲି ଜଣାପଡିଛି। ତେବେ କାହିଁକି ଓ କ’ଣ ପାଇଁ ଆତ୍ମହତ୍ୟା କଲେ ତାହା ଜଣାପଡି ନାହିଁ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି। ତେବେ ଏହା ହତ୍ୟା କିମ୍ବା ଆତ୍ମହତ୍ୟା ପୋଲିସର ତଦନ୍ତ ଓ ତନାଘନା ପରେ ହିଁ ଜଣ ପଡିବ l
ଏକ ଘର ଭିତରୁ ମୃତଦେହ ଆଜି ଉଦ୍ଧାର କରାଯାଇଛି
