
ମାଲକାନଗିରି ତରଙ୍ଗିନୀ ଝରଣା ନିକଟରେ ଘଟିଛି ଏକ ଅଭାବନୀୟ ଘଟଣା ।ଯାହା ସମସ୍ତଙ୍କୁ ସ୍ତବ୍ଦ କରିଦେଇଛି । ବୁଲିବାକୁ ଆସିବା ଡାକ୍ତରୀ ଛାତ୍ରଛାତ୍ରୀ ବସିଥିବା ବେଳେ ହଠାତ୍ ପ୍ରଖର ସ୍ରୋତରେ ମାଡି ଆସିଲା ପାଣି ।ପ୍ରଖର ସୁଅରେ ଭାସିଗଲେ ୪ଛାତ୍ରୀ ଓ ଜଣେ ଛାତ୍ର ।ଫଳରେ ଜଳପ୍ରପାତରେ ବୁଡି ଦୁଇ ଡାକ୍ତରୀ ଛାତ୍ରୀ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଉଦ୍ଧାର ହୋଇଛନ୍ତି।
ରାତିରେ ନିଖୋଜ ଛାତ୍ରୀଙ୍କୁ ଖୋଜାଖୋଜି କରାଯାଇଥିଲା। ହେଲେ ତାଙ୍କର କୌଣସି ପତ୍ତା ମିଳିନଥିଲା। ରାତି ହୋଇଯିବାରୁ ଉଦ୍ଧାର କାର୍ଯ୍ୟ ବନ୍ଦ ରହିଥିଲା। ଆଜି ସକାଳେ ଉଦ୍ଧାରକାରୀ ଦଳ ନିଖୋଜ ଛାତ୍ରୀଙ୍କୁ ଖୋଜାଖୋଜି କରୁଛନ୍ତି। ସମସ୍ତ ଛାତ୍ରଛାତ୍ରୀ ଏଲୁର ମେଡିକାଲ କଲଜେର ବୋଲି ଜଣାଯାଇଛି।