
ରାଜ୍ୟରେ ଆଜିଠାରୁ ବର୍ଷର ପରିମାଣ ବଢିବ। ସହ କିଛି ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା ରହିଥିବା ବେଳେ କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବା ନେଇ ଆଇଏମ୍ଡି ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ଏହି ଲଘୁଚାପ ପ୍ରଭାବରେ କିଛି ଜିଲ୍ଲାରେ ୨୪ଘଣ୍ଟା ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆକଳନ କରିଛି ପାଣିପାଗ ବିଭାଗ ।
ବଲାଙ୍ଗିର, ମୟୂରଭଞ୍ଜ, ସମ୍ବଲପୁର ଓ ପୁରୀ ଆଦି ୪ ଜିଲ୍ଲାକୁ ସତର୍କ ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।ରାଜ୍ୟରେ କିଛି ଦିନ ଧରି ଲଗାଣ ବର୍ଷା ଲାଗି ରହିବାରୁ ତଳିଆ ଅଞ୍ଚଳରେ ବର୍ଷା ଜଳସ୍ତର ବଢ଼ିବାରେ ଲାଗିଛି ।ରାସ୍ତା ଘାଟରୁ ଜଳ ନିଷ୍କାସନ କରିବା ସହ ତଳିଆ ଅଂଚଳରୁ ଲୋକଙ୍କୁ ସ୍ଥାନାନ୍ତରିତ କରିବା ପାଇଁ ଜିଲ୍ଲାପାଳଙ୍କୁ ଏସ ଆର ସି ନିର୍ଦେଶ ଦେଇଛନ୍ତି ।