ବୌଦ୍ଧ ଜିଲ୍ଲା ଚାରିଛକ ଥାନା ଅନ୍ତର୍ଗତ ଗେଟାମୁଣ୍ଡା ବ୍ରିଜ୍ ନିକଟରେ ଘଟିଛି ଏକ ମର୍ମନ୍ତୁତ ସଡକ ଦୁର୍ଘଟଣା ।ଭାରସାମ୍ୟ ହରାଇ ଗଛରେ ପିଟି ହେଲା କାର୍। ଦୁର୍ଘଟଣାରେ ୪ ଜଣ ସାଙ୍ଗ ଆହତ ହୋଇଛନ୍ତି। ଆହତମାନଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ଆହତମାନେ ହେଲେ ଶ୍ରୀରାମ ଅଗ୍ରୱାଲ,କ୍ରିସ୍ ଅଗ୍ରୱାଲ, ଧ୍ରୁବ ସାହୁ ଓ ରୋହିତ ସାହୁ । ଆହତ ଯୁବକଙ୍କୁ ପ୍ରଥମେ ପୁରୁଣାକଟକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ପୁରୁଣାକଟକ ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।
ବୁଲିବାକୁ ଯାଉଥିଲେ ୪ସାଙ୍ଗ, ଗଛରେ ପିଟିହେଲା କାର
