Site icon UTKAL PRATIDIN

୪ଜୀବନ ନେଲାଣି ଦାନ୍ତ ହାତୀ

t-2-750x430

ବାରିପଦା ସଦରରେ ଆତଙ୍କ ଖେଳିଛି ନରହନ୍ତା ଦନ୍ତା ହାତୀ ।ମୟୂରଭଞ୍ଜ ଜିଲ୍ଲା ବାରିପଦା ବନଖଣ୍ଡ ଅଧୀନ ବେତନଟୀରେ ମାତିଥିଲା ଗୋଠଛଡ଼ା ଦନ୍ତାହାତୀ । ଗୁରୁବାର ରାତି ପ୍ରାୟ ୧୦ଟାରେ ଟ୍ରାଙ୍କୁଲାଇଜ୍ ଟିମ୍ ଟସରଡ଼ା ବାଦଲ ସାହିରେ ହାତୀକୁ କାବୁ କରାଯାଇଛି । ହାତୀକୁ କେଉଁଠି ଛଡ଼ାଯିବ ସରକାରଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରାଯାଇଛି । ଦନ୍ତାଟି ୩ ଦିନରେ ୪ ଜଣଙ୍କ ଜୀବନ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳାଇଛି ।

ଗତ ୨୪ ତାରିଖ ରାତିରେ ଏହି ଦନ୍ତା ଝାଡ଼ଖଣ୍ଡରୁ ଓଡ଼ିଶା ସୀମାରେ ପଶିଥିଲା। ପ୍ରଥମେ ସୀମାନ୍ତବର୍ତ୍ତୀ ଶୁଳିଆପଦା ବ୍ଲକ୍‌ର କୋଷ୍ଠା ଅଞ୍ଚଳରେ ପ୍ରବେଶ କରି ସେଠାରେ ବ୍ୟାପକ ଫସଲ ଉଜାଡ଼ିବା ସହ ୩ ଜଣଙ୍କୁ ଆକ୍ରମଣ କରି ଲହୁଲୁହାଣ କରିଥିଲା। ରାତିସାରା ଆତଙ୍କ ଖେଳାଇବା ପରେ ଭୋର୍‌ ସମୟରେ ଦେଉଳି ରେଞ୍ଜ ମୋରଡ଼ା ଥାନା ଅଧୀନ ସୋନପୁରିଆ ଗ୍ରାମରେ ପ୍ରବେଶ କରି ଘର ବାରଣ୍ଡାରେ ଶୋଇଥିବା ରଘୁ ହେମ୍ବ୍ରମଙ୍କୁ ଶୁଣ୍ଢରେ ଭିଡ଼ିଆଣି କଚାଡ଼ି ମାରି ଦେଇଥିଲା।

Exit mobile version