
ନୂଆଦିଲ୍ଲୀ: ମହାକାଶ ଅନୁସନ୍ଧାନ କ୍ଷେତ୍ରରେ ଗୋଟିଏ ପରେ ଗୋଟିଏ ଇତିହାସ ରଚୁଛି ଇସ୍ରୋ । ଚନ୍ଦ୍ରଯାନର ସଫଳତା ପରେ ଏବେ ସମସ୍ତଙ୍କ ନଜର ଗଗନଯାନ ଉପରେ ରହିଛି l ଏହି ଅବସରରେ ଗଗନଯାନ ମିଶନରେ ମହାକାଶକୁ ଯିବାକୁ ଥିବା ୪ ମହାକାଶଚାରୀଙ୍କ ନାମ ଘୋଷଣା ହୋଇଛି । ୪ ମହାକାଶଚାରୀଙ୍କ ନାଁ ଘୋଷଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଚାରି ଅଧିକାରୀ ଗଗନଯାନ ମାଧ୍ୟମରେ ମହାକାଶ ଯାତ୍ରା କରିବେ।
ପ୍ରଥମ ଥର ପାଇଁ ଭାରତ ନିଜ ରକେଟରେ ନିଜ ବୀରଙ୍କୁ ମହାକାଶ ପଠାଇବ। ବାୟୁସେନାର ଚାରି ଜଣ ଅଧିକାରୀ ପ୍ରଥମ କରି ମହାକାଶ ଯାତ୍ରା କରିବେ। ମହାକାଶକୁ ଯିବାକୁ ଥିବା ମହାକାଶଚାରୀମାନେ ହେଉଛନ୍ତି ପ୍ରଶାନ୍ତ ନାୟର, ଅଙ୍ଗଦ ପ୍ରତାପ, ଅଜିତ କ୍ରିଷ୍ଣନ ଓ ଶୁଭ୍ରାଂଶୁ ଶୁକ୍ଳା ।
ପ୍ରଧାନମନ୍ତ୍ରୀ ଏମାନଙ୍କୁ ଆଷ୍ଟ୍ରୋନଟ ଓ୍ୱିଙ୍ଗ ଭାବେ ନାମିତ କରିଛନ୍ତି । ଏହି ଚାରିଜଣ ହେଉଛନ୍ତି ଭାରତୀୟ ବାୟୁସେନାର ଟେଷ୍ଟ ପାଇଲଟ୍ । ଏହି ଚାରିଜଣ ବେଙ୍ଗାଲୁରୁର ଜ୍ୟୋତିର୍ବିଜ୍ଞାନ ତାଲିମ କେନ୍ଦ୍ରରେ ତାଲିମ ନେଉଛନ୍ତି । ଏହି ଚାରିଜଣ ଦେଶର ସମସ୍ତ ପ୍ରକାରର ଯୁଦ୍ଧ ବିମାନ ଉଡ଼ାଇସାରିଛନ୍ତି ।
ପ୍ରତ୍ୟେକ ଯୁଦ୍ଧ ବିମାନର ଅଭାବ ଏବଂ ବିଶେଷତା ସେମାନଙ୍କୁ ଜଣା । ଏହି ଚାରିଜଣ ଗଗନାଯାନ ମହାକାଶଚାରୀ ପ୍ରଶିକ୍ଷଣ ପାଇଁ ମନୋନୀତ ହୋଇଥିଲେ । ଏମାନେ ରୁଷିଆରେ ଗୋଟିଏ ବର୍ଷ ପ୍ରଶିକ୍ଷଣ ନେଇ ଭାରତ ଫେରିଛନ୍ତି । ଗଗାନଯାନ ମିଶନ ପାଇଁ ଶହ ଶହ ପାଇଲଟଙ୍କ ଟେଷ୍ଟ ହୋଇଥିଲା । ଏହା ପରେ ୧୨ଜଣଙ୍କୁ ଚୟନ କରାଯାଇଥିଲା ।
ଏହି ୧୨ ଜଣ ପ୍ରଥମ ଲେଭଲରେ ଉନ୍ନୀତ ହୋଇଥିଲେ । ସେ ଏରୋସ୍ପେସ୍ ମେଡିସିନ୍ ଇନଷ୍ଟିଚ୍ୟୁଟ୍ (IAM) ଏମାନଙ୍କୁ ମନୋନୀତ କରିଥିଲା । ଏହା ପରେ ଅନେକ ରାଉଣ୍ଡ ହୋଇଥିଲା । ପରେ ବାୟୁସେନା ଚାରିଜଣ ପରୀକ୍ଷଣ ପାଇଲଟଙ୍କ ନାମ ଚୂଡାନ୍ତ ହୋଇଥିଲା । ମିଶନର ପ୍ରଥମ ପର୍ଯ୍ୟାୟରେ ଏମାନଙ୍କୁ ମହାକାଶକୁ ପଠାଯିବ ନାହିଁ ।
ବର୍ତ୍ତମାନ ଇସ୍ରୋ ସେମାନଙ୍କୁ ତାଲିମ ଦେଉଛି। ଗଗନଯାନ ମାଧ୍ୟମରେ ପ୍ରଥମେ ମହାକାଶକୁ ଏକ ରୋବଟ୍ ବ୍ୟୋମମିତ୍ର ମହାକାଶକୁ ପଠାଯିବ। ଏହା ସଫଳ ହେବା ପରେ ୨୦୨୫ ସୁଦ୍ଧା ମନୋନିତ ହୋଇଥିବା ଚାରି ଜଣ ମହାକାଶ ଯାତ୍ରା କରିବେ। ୨୦୨୫ ସୁଦ୍ଧା ଗଗନଯାନରେ ମାନବ ପଠାଇବାକୁ ଲକ୍ଷ୍ୟ ରଖିଛି ଇସ୍ରୋ । ମହାକାଶ ଅଭିଯାନର ସମୀକ୍ଷା ପାଇଁ କେରଳ ଥିରୁଅନନ୍ତପୁରମ ସ୍ଥିତ ବିକ୍ରମ ସାରାଭାଇ ସ୍ପେଶ୍ ସେଣ୍ଟର ଗସ୍ତ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଚୟନ ହୋଇଥିବା ୪ ପାଇଲଟଙ୍କୁ ଆଷ୍ଟ୍ରୋନଟ୍ ୱିଙ୍ଗରେ ସମ୍ମାନିତ କରାଯାଇଥିଲା ।