UTKAL PRATIDIN

ଚେନ୍ନାଇରେ ପହଞ୍ଚିଲେ ଜାପାନ ଦମ୍ପତି

ଚେନ୍ନାଇରେ ପହଞ୍ଚିଲେ ଜାପାନ ଦମ୍ପତି ଆଜି ବଡ଼ ପରଦାରେ ରିଲିଜ୍‌ ହୋଇଛି ବହୁ ପ୍ରତିକ୍ଷୀତ ଫିଲ୍ମ ଜେଲର୍‌ । ଏଥିରେ ସାଉଥ୍‌ ସୁପରଷ୍ଟାର୍‌ ରଜନୀକାନ୍ତ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । ବୋହୁ ଦିନ ପରେ ରଜନୀଙ୍କ ଅଭିନୟର ଟିକିଏ ଝଲକ୍‌ ପାଇବା ପାଇଁ ଫ୍ୟାନ୍ସ ଓ ଦର୍ଶକମାନେ ବେଶ୍‌ ଉତ୍ସାହିତ ହୋଇପଡ଼ିଛନ୍ତି । ଏପରିକି ବାଣ ଫୁଟାଇ, ରଜନୀଙ୍କ ପୋଷ୍ଟର ଉପରେ ଫୁଲ ପକାଇ ମଧ୍ୟ ପ୍ରଶଂସକମାନେ ସେଲିବ୍ରେସନ କରିଛନ୍ତି । ଇତିମଧ୍ୟରେ ରଜନୀଙ୍କ ଫିଲ୍ମ ଦେଖିବାକୁ ହାତଛଡ଼ା କରିନାହାନ୍ତି ଜାପାନର ଦମ୍ପତି । ସେ ଫିଲ୍ମ ଦେଖିବା ପାଇଁ ଏକ ଦମ୍ପତି ସୁଦୂର ଜାପାନର ଓସାକାରୁ ଚେନ୍ନାଇକୁ ଯାତ୍ରା କରିଛନ୍ତି । ସ୍ଥାନୀୟ ହଲ୍‌ରେ ଦୁହେଁ ଫିଲ୍ମ ଦେଖିଛନ୍ତି । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏ ଫିଲ୍ମକୁ ନେଇ ଉଭୟେ କେତେ ଆଗ୍ରହୀ ଅଛନ୍ତି ତାହା କହିଛନ୍ତି ଜାପାନର ୟସୁଦା ହିଦେଟୋସି, ଯିଏକି ରଜନୀକାନ୍ତଙ୍କ ଜଣେ ବଡ଼ ଫ୍ୟାନ। ସେ ଅନ୍ୟମାନଙ୍କ ସହ ହଲ୍‌ରେ ଫିଲ୍ମ ଦେଖିଛନ୍ତି ।

ଜେଲର୍‌ ଫିଲ୍ମ ଦେଖିବାକୁ ସେ ଜାପାନରୁ ଚେନ୍ନାଇ ଆସିଥିବା କହିଛନ୍ତି । କେବଳ ସେତିକି ନୁହେଁ, ଜାପାନରେ ରଜନୀକାନ୍ତ ଫ୍ୟାନ୍‌ କ୍ଲବ୍‌ର ୟସୁଦା ଲିଡର୍‌ ଅଛନ୍ତି ବୋଲି ମଧ୍ୟ ସେ କହିଛନ୍ତି । ନେଲ୍‌ସନ୍‌ ଦିଲୀପ କୁମାରଙ୍କ ନିର୍ଦ୍ଦେଶିତ ‘ଜେଲର’ ଏକ ମନୋରଂଜନ ଧର୍ମୀ-ଆକ୍ସନ୍ ପ୍ୟାକ୍‌ରେ ଭରପୂର ସିନେମା । ଏଥିରେ ରଜନୀକାନ୍ତ ଜଣେ ଅବସରପ୍ରାପ୍ତ ପୋଲିସ ଅଧିକାରୀ ଭାବରେ ଦେଖା ଦେଇଛନ୍ତି । ବିଶ୍ୱାସ କରାଯାଏ ଯେ ନିର୍ଦ୍ଦେଶକ ଫିଲ୍ମରେ ଅନେକ ଭାବପ୍ରବଣତାକୁ ବୁଣିଛନ୍ତି । ‘ଜେଲର’ର ଆଡଭାନ୍ସ ବୁକିଂ ୫ ଅଗଷ୍ଟରୁ ଆରମ୍ଭ ହୋଇଥିଲା ଏବଂ ଚେନ୍ନାଇ, ବାଙ୍ଗାଲୁରୁର ୧୫ ଅଗଷ୍ଟ ପର୍ଯ୍ୟନ୍ତ ସମସ୍ତ ଶୋ’ ବୁକ୍ ହୋଇଯାଇଥିଲା । ସୂଚନା ଅନୁଯାୟୀ, ଟ୍ୱିଟର ତଥା ଅନ୍ୟାନ୍ୟ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମରେ ଟିକେଟ୍ ବ୍ଲାକ୍‌ରେ ବିକ୍ରି ହେଉଛି, ଯାହାର ମୂଲ୍ୟ ୫୦୦୦ ପର୍ଯ୍ୟନ୍ତ ରହିଛି। ଲୋକେ ଏହାକୁକୁ ମଧ୍ୟ ଖୁସି ଖୁସି କିଣିଛନ୍ତି l

Exit mobile version