୩୦୮ଜୀବନ ନେଲଣି କେରଳ ୱାଏନାଡରେ ହୋଇଥିବା ଭୟଙ୍କର ଭୂସ୍ଖଳନ ।ସୋମବାର ବିଳମ୍ବିତ ରାତିର କେରଳ ଭୂସ୍ଖଳନ ହାହାକାର ସୃଷ୍ଟି କରିବା ସହ ସମସ୍ତଙ୍କ ଛାତି ଥରାଇ ଦେଇଛି ।ଘଟଣା ସ୍ଥଳରୁ ସେନା, ଏନଡିଆରଏଫ୍, ଅଗ୍ନିଶମ ସମେତ ବିଭିନ୍ନ ଏଜେନ୍ସି ଓ ସ୍ବେଚ୍ଛାସେବୀ ସଂଗଠନ ଜୀବନ ଉଦ୍ଧାର କରୁଛନ୍ତି ।ଏପର୍ଯ୍ୟନ୍ତ ୧୯୦ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ୩୦୮ଜଣଙ୍କ ମୃତ୍ୟୁ ହେଲାଣି ।ଏହି ଭୂସ୍ଖଳନରେ ଅନେକ ଜଣ ଫସି ରହିଥିବା ସୂଚନା ମିଳିଛି ।
କେରଳ ଟ୍ରାଜେଡିରେ ମୃତ୍ୟୁ ବରଣ କରିଥିବା ଓଡ଼ିଆ ଡାକ୍ତରଙ୍କ ମରଶରୀରକୁ ଓଡ଼ିଶା ଆଣିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି।ବିଷ୍ଣୁଙ୍କ ପରିବାର ଲୋକଙ୍କ ଉପସ୍ଥିତିରେ ଓଡିଶା ଅଣାଯିବାକୁ ବ୍ୟବସ୍ଥା ଚାଲିଛି । ନିଖୋଜ ଡାକ୍ତର ସ୍ୱାଧୀନ ପଣ୍ଡାଙ୍କ ପତ୍ତା ମିଳିନଥିବାବେଳେ ତାଙ୍କୁ ଉଦ୍ଧାର ପାଇଁ କେରଳ ସରକାରଙ୍କ ପକ୍ଷରୁ ସମସ୍ତ ସହଯୋଗ ମିଳୁଛି। ତିନି ସେନା ବ୍ୟତୀତ ଏନଡିଆରଏଫ୍, ଡିଏସଜି ଓ ଏମ୍ଇଜି ମିଳିତ ଭାବେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି।