Site icon UTKAL PRATIDIN

ପୁଣି ୩୦ ବିମାନକୁ ବୋମା ଧମକ,ମନ୍ତ୍ରୀଙ୍କ ଚେତାବନୀକୁ ବେଖାତିର

Flight__1729582826

ଗତ କିଛି ଦିନ ହେଲା ଲଗାତାର ବିମାନରେ ବୋମା ଧମକ ମିଳିଛି ।ଏହାକୁ ନେଇ ବିମାନ କମ୍ପାନୀ କୋଟି କୋଟି ଟଙ୍କା କ୍ଷତିରେ ପଡ଼ୁ ଥିବାବେଳେ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ଚିନ୍ତା ବଢିଛି।ଆଜି ଇଣ୍ଡିଗୋ, ଭିସ୍ତାରା ଏବଂ ଏୟାର ଇଣ୍ଡିଆ ବିମାନକୁ ବୋମା ଥିବା ନେଇ ଧମକ ମିଳିଛି। ଏହାକୁ ମିଶାଇଲେ ସପ୍ତାହେ ମଧ୍ୟରେ ୧୩୦ରୁ ଅଧିକ ବିମାନକୁ ବୋମାକ ଧମକ ମିଳିଲାଣି।

ବୋମା ଧମକ ମିଳିଥିବା ବିମାନ ମଧ୍ୟରୁ ସର୍ବାଧିକ ବିଦେଶ ଯାତ୍ରା କରିବାକୁ ଥିବା ବିମାନ ରହିଛି। ଏସବୁ ଇଣ୍ଡିଗୋ ବିମାନ ଜେଧା, ଇଷ୍ଟନବୁଲ, ରିୟାଧ ଯିବାର ଥିଲା। ଦୋଷୀଙ୍କୁ କଠୋରରୁ କଠୋର ଦଣ୍ଡ ଦେବା ସହ ଏପରି ଅପରାଧକୁ ଧର୍ତ୍ତବ୍ୟ ଅପରାଥ ତାଲିକାଲେ ଯୋଗ କରିବାକୁ ବିଚାର ବିମର୍ଶ ଚାଲିଥିବା ସେ କହିଥିଲେ। ତଥାପି ବେଖାତିର କରି ଚାଲିଛନ୍ତି ଅପରାଧୀ।

Exit mobile version