Site icon UTKAL PRATIDIN

ବିଦ୍ୟୁତ୍ ଆଘାତରେ ଗଳିଗଲା ୩ହାତୀଙ୍କର ଜୀବନ, କଡା କାର୍ଯ୍ୟାନୁଷ୍ଠାନ ପାଇଁ ସରକାରଙ୍କୁ ସୁପାରିଶ

ele-1-750x430

ବିଦ୍ୟୁତ୍ ଆଘାତ ଯୋଗୁଁ ରେଢ଼ାଖୋଲରେ ୩ହାତୀର ମୃତ୍ୟୁ ଘଟିଛି ।ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।ସମ୍ବଲପୁର ନାକଟିଦେଉଳ ରେଞ୍ଜ ବୁରମାଳ ଜଙ୍ଗଲରୁ ୩ଟି ହାତୀଙ୍କ ମୃତଦେହ ଉଦ୍ଧାର ହୋଇଛି। ଦୁଇଟି ବଡ ହାତୀ ସହ ଗୋଟିଏ ଛୁଆ ହାତୀର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ହାତୀ ମୃତ୍ୟୁର ତଦନ୍ତ ଲାଗି JTFକୁ ନିର୍ଦ୍ଦେଶ ଦିଆଯାଇଥିଲା। ହାତୀ ମୃତ୍ୟୁ ଘଟଣାରେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଇଛି।ଗତକାଲି ସମ୍ବଲପୁର ନାକଟିଦେଉଳ ରେଂଜ ବୁରମାଲ ଜଙ୍ଗଲରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୩ ଟି ହାତୀଙ୍କ ମୃତ୍ୟୁ ଘଟିଥିଲା। ବନ ବିଭାଗ କର୍ମଚାରୀଙ୍କ ଅବହେଳା ଯୋଗୁ ଏହି ୩ ହାତୀଙ୍କ ଜୀବନ ଯାଇଥିବାପିସିସିଏଫ୍ ସୁଶାନ୍ତ ନନ୍ଦ କହିଥିଲେ। ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ଉଦବେଗ ପ୍ରକାଶ କରିଥିଲେ।

Exit mobile version