Site icon UTKAL PRATIDIN

୨୯ ଜୀବନ ନେଲାଣି ଗୁଜୁରାଟର ଭୟଙ୍କର ବର୍ଷା

flood-750x430

ପ୍ରବଳ ବର୍ଷା ଯୋଗୁଁ ଗୁଜରାଟରେ ସବୁଠି ବର୍ଷା ଯୋଗୁଁ ସବୁଠି ଜଳମଗ୍ନ ହୋଇଯାଇଛି ।ଲଗାଣ ବର୍ଷା ଯୋଗୁଁ ଚାରିଆଡେ ଖାଲି ପାଣି ଆଉ ପାଣି ବନ୍ୟା ସ୍ଥିତି ସୃଷ୍ଟି ହୋଇଛି ।ଗତ ଦୁଇଦିନ ମଧ୍ୟରେ ୨ ଦିନରେ ୨୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଉଦ୍ଧାରକାରୀ।ଟିମ ୪୦ ହଜାର ଲୋକଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିଥିବା ସୂଚନା ମିଳିଛି ।ଆଗକୁ ମଧ୍ୟ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବା ଆଶଙ୍କା ରହିଛି । ରାସ୍ତାଘାଟରେ ଯାତାୟତ ପ୍ରଭାବିତ ହୋଇଥିବା ବେଳେ ଜନଜୀବନ ପ୍ରଭାବିତ ହୋଇଛି ।

ସେହିପରି ଅନ୍ୟପଟେ ରାଜ୍ୟରେ ୫୦ରୁ ଅଧିକ ଟ୍ରେନ୍ ବାତିଲ୍ ହୋଇଛି।ଅହମ୍ମଦାବାଦ, ରାଜକୋଟ, ଭଦୋଦରା, ଆନନ୍ଦ, ଖେଡା, ମହିସାଗର, କରାଚ ଏବଂ ମୋରବିରେ ସ୍କୁଲ, କଲେଜ ଛୁଟି ଘୋଷଣା କରାଯାଇଛି ।ରେକର୍ଡ ବର୍ଷା ହେତୁ ଗୁଜରାଟର ୨୭ଟି ଜିଲ୍ଲାରେ ପାଣିପାଗ ବିଭାଗ ରେଡ୍‌ ଆଲର୍ଟ ଜାରି କରିଛି। ଆଜି ଓ ଆସନ୍ତାକାଲି ମଧ୍ୟ ପ୍ରବଳ ବର୍ଷା ହେବ। ଏଥିପାଇଁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

Exit mobile version