Site icon UTKAL PRATIDIN

୨୭ ଜଣଙ୍କ ଜୀବନ ନେଲାଣି ବିଷାକ୍ତ ମଦ

782449f0d59afa12258810bcac7b5c209a467c227e38cd094aa0cee8dca2f3dd

ବିହାରର ସିଓ୍ବାନ ଏବଂ ସାରଣରେ ବିଷାକ୍ତ ମଦ ୨୭ ଜଣଙ୍କ ଜୀବନ ନେଇଛି । ଅନେକ ଲୋକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ମୃତ୍ୟୁ ସଂଖ୍ୟାରେ ବୃଦ୍ଧି ହେବାର ସମ୍ଭାବନା ରହିଛି । ସାରଣରେ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ।

କିଛି ମାସ ପୂର୍ବରୁ ତାମିଲନାଡୁରେ ବିଷାକ୍ତ ମଦପିଇ ୫୦ରୁ ଊର୍ଦ୍ଧ୍ବ ଲୋକଙ୍କର ମୃତ୍ୟୁ ହୋଇଥିଲା।ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶକ୍ରମେ ପୁଲିସ ଓ ଅବକାରୀ ବିଭାଗର ବରିଷ୍ଠ ଅଧିକାରୀଙ୍କୁ ନେଇ ଘଟଣାର ତଦନ୍ତ ନିମନ୍ତେ ଏକ ଦଳ ଗଠନ କରାଯାଇଛି।ବିହାରରେ ମଦ ବିକ୍ରି ସମ୍ପୂର୍ଣ୍ଣ ନିଷେଧ କରାଯାଇଥିବାବେଳେ ନିୟମିତ ବ୍ୟବଧାନରେ ଏଠାରେ ମଦମୃତ୍ୟୁ ଘଟଣା ଦେଖିବାକୁ ମିଳୁଛି।

Exit mobile version