Site icon UTKAL PRATIDIN

ଆଉ ୨୫ଲକ୍ଷ ମହିଳାଙ୍କୁ ମିଳିବ ପ୍ରଥମ କିସ୍ତି ସୁଭଦ୍ରା ଟଙ୍କା

Subhadra-Yojana-750x430

ପ୍ରଧାନମନ୍ତ୍ରୀ ନିଜ ଜନ୍ମଉତ୍ସବରେ ‘ସୁଭଦ୍ରା’ ଯୋଜନା ଆରମ୍ଭ କରିଛନ୍ତି ।ସୁଭଦ୍ରା ଯୋଜନାରେ ସାମିଲ ହୋଇସାରିଛନ୍ତି ୨୫ ଲକ୍ଷ ମହିଳା ।ଏହିପରି ପର୍ଯ୍ୟାୟକ୍ରମେ ମୋଟ କୋଟିଏ ମହିଳାଙ୍କୁ ଦିଆଯିବ ସୁଭଦ୍ରା ସହାୟତା ଟଙ୍କା ।ଏଯାଏଁ ୯୨ ଲକ୍ଷ ମହିଳା ଆବେଦନ କରିସାରିଲେଣି। ଆଉ ସପ୍ତାହେ ଭିତରେ ଏକ କୋଟି ଆବେଦନ ଆସିଯିବ। ୧ କୋଟି ମହିଳାଙ୍କୁ ନିଶ୍ଚିତ ଟଙ୍କା ମିଳିବ। କିଏ ଆଗ ଓ କିଏ ପରେ ପାଉଛି।

ଆମେ ୨୫.୧୧ ଲକ୍ଷ ମହିଳାଙ୍କୁ ଟଙ୍କା ହସ୍ତାନ୍ତର କରିଛୁ। E-KYC ଯାଞ୍ଚ ହେତୁ ଟଙ୍କା ଟ୍ରାନ୍ସଫର ପ୍ରକ୍ରିୟା ବିଳମ୍ବ ହେଉଛି। ଆମେ ଆଶା କରୁଛୁ ଏକ କୋଟି ଆବେଦନ ଗ୍ରହଣ କରାଯିବ। ସମସ୍ତ ଆବେଦନଗୁଡିକ ଯାଞ୍ଚ କରାଯିବ। ଆମେ ଖୁବଶୀଘ୍ର ୧ କୋଟି ମହିଳାଙ୍କ ନିକଟରେ ପହଞ୍ଚିବୁ। ସମସ୍ତ ଯୋଗ୍ୟ ମହିଳା ମାର୍ଚ୍ଚ ୮ ରେ ଦ୍ୱିତୀୟ କିସ୍ତି ପାଇବେ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି।

Exit mobile version