ଆଜି ଭୁବନେଶ୍ୱରରେ ୨୪ଘଣ୍ଟା ଜଳ ଯୋଗାଣ ବନ୍ଦ ରହିବ । ୱାଟ୍କୋ ପକ୍ଷରୁ ଦୁର୍ବଳ ପାଇପ ମରାମତି ପାଇଁ ଶୁକ୍ରବାର ଅପରାହ୍ନ ୨ଟାରୁ ଶନିବାର ଅପରାହ୍ନ ୨ଟା ପର୍ଯ୍ୟନ୍ତ ରାଜଧାନୀରେ ଜଳ ଯୋଗାଣ ବନ୍ଦ ରହିବ ।ତେଣୁ ଜନସାଧାରଣ ଆବଶ୍ୟକତା ଅନୁସାରେ ଜଳ ସଂରକ୍ଷଣ ରଖିବାକୁ କୁହାଯାଇଛି ।ମୁଣ୍ଡଳିରୁ ଘାଟିକିଆ ଆସୁଥିବା ମୁଖ୍ୟ ପାଇପ୍ ଲାଇନ୍ର କିଛି ସ୍ଥାନରେ ଲିକ୍ ରହିଛି ।
ଏହି ପାଇପ୍ ଲାଇନ୍କୁ ମରାମତି କରାଯିବ । ଘାଟିକିଆ ଅଞ୍ଚଳର କଳିଙ୍ଗନଗର, ପାତ୍ରପଡା, ଭରତପୁର, ସାମପୁର, ଘାଟିକିଆ, ଖଣ୍ଡଗିରି ବାରି, କୋଳଥିଆ, ଆଇଗିଣିଆ, ସିଆରପି, ବରମୁଣ୍ଡା ଓ ଏମ୍ଏସ୍ ଅଞ୍ଚଳରେ ଜଳ ଯୋଗାଣ ପ୍ରଭାବିତ ହେବ ।
ସେହିପରି ଯଦୁପୁର, ଡୁମୁଡୁମା, ହାଉସିଂବୋର୍ଡ କଲୋନୀ, ଜାଗମରା, ଜଗମୋହନ ନଗର, ଶତାବ୍ଦୀ ନଗର, ଲିଙ୍ଗରାଜ ବିହାର, କପିଳପ୍ରସାଦ, ସୁନ୍ଦରପଦା, କ୍ରିଷ୍ଣା ଗାର୍ଡେନ, ସୌଭାଗ୍ୟନଗର ଅଞ୍ଚଳରେ ମଧ୍ୟ ଜଳ ଯୋଗଣ ପ୍ରଭାବିତ ହେବ ।
ଏହା ସହ ଗଙ୍ଗନଗର, ପଳାଶପଲ୍ଲୀ, ଶିରିପୁର, ଗଙ୍ଗନଗର, ଏରୋଡ୍ରମ ଅଞ୍ଚଳ, ନୂଆପଲ୍ଲୀର ଏନ୍-୧ରୁ ୬, କବାଡି ବସ୍ତି, ଗଡ଼ସାହି, ବାଲିତୋଟା ସାହି, ଆନନ୍ଦ ବିହାର ସୀତାପଲ୍ଲୀ ବସ୍ତି, ଶାସ୍ତ୍ରୀନଗର ଜଳ ଯୋଗାଣ ବନ୍ଦ ରହିବ । ଚନ୍ଦ୍ରଶେଖରପୁର ଅଞ୍ଚଳରେ ନିଳାଦ୍ରୀ ବିହାର, ସାଲିଆ ସାହି, ମୈତ୍ରୀ ବିହାର ଅଞ୍ଚଳରେ ମଧ୍ୟ ଜଳ ଯୋଗାଣ ବନ୍ଦ ରହିବ ।