Site icon UTKAL PRATIDIN

ବାତ୍ୟା ପାଇଁ ୨୩ରୁ ୨୫ ଶିମିଳପାଳ ବନ୍ଦ

aab0c1d296d4d2cacb7c6d0816bee4593d342362542e249385fd2bb666363842

ବାତ୍ୟା ଦାନା ଆସୁଥିବାରୁ ପର୍ଯ୍ୟଟକଙ୍କ ସୁରକ୍ଷାକୁ ସୃଷ୍ଟିରେ ରଖି ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ କର୍ତ୍ତୃପକ୍ଷ ତିନି ଦିନ ପାଇଁ ଶିମିଳିପାଳ ବନ୍ଦ ରଖିବାକୁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପର ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ୨୩ ତାରିଖରୁ ୨୫ ତାରିଖ ପର୍ଯ୍ୟଟକଙ୍କ ନିମନ୍ତେ ଶିମିଳିପାଳ ବନ୍ଦ ରହିବ ।ବାତ୍ୟା ପରବର୍ତ୍ତୀ ସ୍ଥିତି ଅନୁଧ୍ୟାନ ପରେ ଶିମିଳିପାଳ ପୂର୍ବ ପରି ପର୍ଯ୍ୟଟକଙ୍କ ନିମନ୍ତେ ଖୋଲିବ ବୋଲି ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚାଇ ଦିଆଯାଇଛି ।

Exit mobile version