Site icon UTKAL PRATIDIN

ଚିଲିକା ସ୍ଥିତ ମାଛ ଚାଷ ପାଇଁ ୨୩.୫୦ କୋଟି ଟଙ୍କା ମଞ୍ଜୁର

1

ଚିଲିକା : ଚିଲିକା ଉପକୂଳବର୍ତ୍ତୀ ବିଭିନ୍ନ ପଞ୍ଚାୟତର ଜନ ସାଧାରଣଙ୍କ ଆବଶ୍ୟକତା ଏବଂ ଅନୁରୋଧ କ୍ରମେ ସାଂସଦ ମହୋଦୟା ବିଗତ ଦିନରେ ଅଞ୍ଚଳ ପରିଦର୍ଶନ କରି ସମସ୍ୟା ବୁଝିଥିଲେ lଏହି ସମସ୍ୟା ସମାଧାନ ପାଇଁ ବିଭାଗୀୟ କେନ୍ଦ୍ର ମନ୍ତ୍ରୀ ଭୂପେନ୍ଦ ଯାଦବଙ୍କୁ ସାକ୍ଷତ କରି ଲିଖିତ ନିବେଦନ ସହ ସମସ୍ୟର ଗମ୍ଭୀରତା ବୁଝାଇଥିଲେ l ପରବର୍ତ୍ତୀ ସମୟରେ ସାଂସଦ ମହୋଦୟାଙ୍କ ନିୟମିତ ପ୍ରୟାସ ଏବଂ କର୍ତଵ୍ୟବୋଧ ଯୋଗୁ 23 କୋଟି 50 ଲକ୍ଷ ଟଙ୍କା ମଞ୍ଜୁରୀ ହେବା ସହ ପ୍ରଥମ ପର୍ଯ୍ୟାୟରେ ଆବଶକୀୟ ଅର୍ଥ ପ୍ରଦାନ କରାଯାଇଛି l

ଏହା ଦ୍ୱାରା 25 ହଜାରରୁ ଉର୍ଦ୍ଧ ସଂଖ୍ୟାରେ ପରିବାର ଯେଉଁ ମାନେ ମାଛ ଚାଷ ସହ ଜଡିତ ଅଛନ୍ତି ସେମାନେ ବ୍ୟାପକ ଭାବେ ଉପକୃତ ହେବେ l କେବଳ ମାଛ ଚାଷୀ ନୁହେଁ ଅଧିକନ୍ତୁ ଜାଲ ବୁଣାକାରୀ, ଡ଼ଙ୍ଗା କାରବାରୀ, ସ୍ଥାନୀୟ ମାଛ ବେପାରୀ, ଗମନା ଗମନା ପାଇଁ ଉଦ୍ଧିଷ୍ଟ ଯାନବାହାନ ମାଲିକ ଏବଂ ବହୁ ସଂଖ୍ୟାରେ ଲୋକଙ୍କୁ ବିଭିନ୍ନ କାମରେ ଜୀବନ ଯିବିକା ମିଳି ପାରିବ l ବିଭିନ୍ନ ରାଜ୍ୟକୁ ବହୁ ସଂଖ୍ୟାରେ ବାହାରକୁ ଯାଇ କାମକରୁଥିବା ସ୍ଥାନୀୟ ଲୋକେ ବାହାରକୁ ଯିବେ ନାହିଁ l ବାହାର ରାଜ୍ୟକୁ ଅନିଚ୍ଛା ସତ୍ୱେ ଯାଇଥିବା ଲୋକ ଫେରି ଆସିପାରିବେ l

ଏହି କାର୍ଯ୍ୟ ପାଇଁ ସ୍ଥାନୀୟ ଜନସାଧାରଣ ବହୁତ ଆନନ୍ଦିତ ହୋଇଛନ୍ତି l ସାଂସଦ ମହୋଦୟା ଖୁସି ବ୍ୟକ୍ତ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଭାଗୀୟ ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କୁ ଧନ୍ୟବାଦ ଏବଂ କୃତଜ୍ଞତା ଜ୍ଞାପନ କରିଛନ୍ତି l

Exit mobile version