Site icon UTKAL PRATIDIN

ଆଜିଠୁ ପ୍ରସିଦ୍ଧ ବୁଢୀ ଠାକୁରାଣୀ ଯାତ୍ରା, ଶାଶୂଘରୁ ବାପଘରକୁ ଆସିବେ ମା’

IMG-20190329-WA0019

ବ୍ରହ୍ମପୁର: ଆଜିଠୁ ବ୍ରହ୍ମପୁରର ପ୍ରସିଦ୍ଧ ମା’ ବୁଢୀ ଠାକୁରାଣୀ ଯାତ୍ରା ଆରମ୍ଭ ହେଉଛି। ଆଜି ମଧ୍ୟରାତ୍ରରେ ବ୍ରହ୍ମପୁରର ଆରାଧ୍ୟ ଦେବୀ ମା’ ବୁଢ଼ୀ ଠାକୁରାଣୀ ବାପ ଘରକୁ ଆସିବେ। ଏଥତ୍ପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ପରମ୍ପରା ଅନୁଯାୟୀ ବାପଘର ଲୋକ ପ୍ରଥମେ ଯାଇ ମା’ଙ୍କୁ ସମୟ ଜଣାଇବେ। ଏହାପରେ ବାପଘର ମଧ୍ୟ ରାତ୍ରରେ ମା’ଙ୍କ ଘଟ ଓ ଫୁଲ ଧରି ଆସିବେ।

ତେଣୁ ପରମ୍ପରା ଅନୁଯାୟୀ ବାପା ଅର୍ଥାତ ଦେଶୀ ବେହେରା ମନ୍ଦିରକୁ ଦିନ ସମୟରେ ଆସି ମାଆଙ୍କୁ ଡାକରା ଦେବେ। ରାତିରେ ବାଜା ବାଜଣା, ଢ଼ୋଲ, ତୁରୀ, ଖତ୍ରୀ, ପିଠା, ପଣା ସହ ଭକ୍ତଗଣ ମାଆଙ୍କୁ ପୂଜା କରିବେ। ପୂଜା ସମୟରେ ମାଆଙ୍କ ମୁଣ୍ଡରୁ ଫୁଲ ଦେଶୀ ବେହେରାଙ୍କ ହାତରେ ଖସି ପଡିବା ପରେ ହିଁ ମାଆଙ୍କ ଆଜ୍ଞା ମିଳିଲା ବୋଲି ଧରି ନେଇ ମାଆଙ୍କୁ ଅସ୍ଥାୟୀ ପୀଠକୁ ଅଣାଯିବ।

ଆଜି ମଧ୍ୟ ରାତ୍ରରୁ ପ୍ରାୟ ୨୯ ଦିନ ଧରି ମାଆ ବୁଢୀ ଠାକୁରାଣୀ ଏହି ଅସ୍ଥାୟୀ ପୀଠରେ ପୂଜା ପାଇବେ। ଏପରିକି ଏହି ସମୟରେ ପାଣି, ଆଲୋକ, ଦମକଳ ବିଭାଗ ପକ୍ଷରୁ ସହଯୋଗ କରାଯିବ ବୋଲି ଦେଶୀ ବେହେରାଙ୍କ ସହଯୋଗୀ କହିଛନ୍ତି। ସେପଟେ ଦୁଇବର୍ଷରେ ଥରେ ମାଆଙ୍କ ଏଇ ଯାତ୍ରାକୁ ନେଇ ସତେ ଯେପରି ଅପେକ୍ଷା କରି ରହିଛନ୍ତି ସହରବାସୀ ।

Exit mobile version