Site icon UTKAL PRATIDIN

ଆସନ୍ତାକାଲି ପ୍ରକାଶ ପାଇବ ୨୦୨୪ ନିର୍ବାଚନ ତାରିଖ; ଅପରାହ୍ନ ୩ଟାରେ ହେବ ଘୋଷଣା..

one-nation-one-election-141428262-16x9

ଭୁବନେଶ୍ୱର: ଆସନ୍ତା କାଲି ୨୦୨୪ ନିର୍ବାଚନ ପାଇଁ ତାରିଖ ପ୍ରକାଶ ପାଇବ l ଲୋକସଭା ଓ କିଛି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବ। ଅପରାହ୍ନ ୩ଟାରେ ନିର୍ବାଚନ ତାରିଖ ଘୋଷଣା ହେବ । ନିର୍ବାଚନ କମିଶନଙ୍କ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି । ଆଜି ଇଲେକ୍ସନ କମିଶନ ଏକ୍ସ ପୋଷ୍ଟ ଯୋଗେ ଏନେଇ ସୂଚନା ଦେଇଛନ୍ତି।

ନିର୍ବାଚନ ଆୟୋଗ ଏକ୍ସ ପୋଷ୍ଟରେ କହିଛନ୍ତି, ଆସନ୍ତାକାଲି ଅପରାହ୍ନ ୩ଟାରେ ନିର୍ବାଚନ ଆୟୋଗ ଏକ ସାମ୍ବାଦିକ ସମ୍ମିଳନୀ କରି ୨୦୨୪ ଲୋକସଭା ନିର୍ବାଚନ ଓ କିଛି ରାଜ୍ୟ ବିଧାନସଭା ନିର୍ବାଚନ ର କାର୍ୟ୍ୟସୂଚୀ ଘୋଷଣା କରାଯିବ। ନିର୍ବାଚନ କମିଶନଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏହାର ସିଧା ପ୍ରସାରଣ କରାଯିବ ।

ଇସିଆଇଙ୍କ ପୋଷ୍ଟ ଅନୁସାରେ, ଏପ୍ରିଲ୍ କିମ୍ବା ମେ ମଧ୍ୟରେ ଚାରିଟି ରାଜ୍ୟ ବିଧାନସଭା ନିର୍ବାଚନ ହେବ। ଏହି ସମୟରେ ଅରୁଣାଚଳ ପ୍ରଦେଶ, ଆନ୍ଧ୍ରପ୍ରଦେଶ, ଓଡିଶା ଏବଂ ସିକ୍କିମରେ ନିର୍ବାଚନ ହେବା ନେଇ ଆଶା କରାଯାଉଛି। ମହାରାଷ୍ଟ୍ର, ହରିୟାଣା ଏବଂ ଝାଡ଼ଖଣ୍ଡ ଚଳିତ ବର୍ଷ ଶେଷରେ ମତଦାନ ହୋଇପାରେ।

Exit mobile version