Site icon UTKAL PRATIDIN

ଭୁବନେଶ୍ୱର ବିମାନ ବନ୍ଦରରୁ ଜବତ ହେଲା ୨୦ କେଜି ସୁନା

ef6459d090abc06b6dc3059034e9f89133dae1b08a8e0234c1e3113f6fdbd65f

ପୁଣି ୨୦ କେଜି ସୁନା ଭୁବନେଶ୍ୱର ବିମାନ ବନ୍ଦରରୁ ଜବତ ହୋଇଛି ।ମୁମ୍ବାଇରୁ ଇଣ୍ଡିଗୋ ବିମାନରୁ ସୁନା ଜବତ କରିଛି CT & GST ବିଭାଗ । ଯାତ୍ରା କରୁଥିବା ୧୭ ଜଣ ବ୍ୟବସାୟୀଙ୍କୁ ସନ୍ଦେହରେ ଅଟକ ରଖିଛି।ଭୁବନେଶ୍ୱରର ୫ ବ୍ୟବସାୟୀ ଏହି ସୁନା ଆଣିଥିବା ବେଳେ କଳାହାଣ୍ଡି ଓ ଅନୁଗୋଳ ଆଦି ଅଞ୍ଚଳର ବ୍ୟବସାୟୀଙ୍କ ପାଖକୁ ଏହି ସୁନା ଯାଉଥିବା ଜଣାଯାଇଛି।ଜବତ ୨୦ କେଜି ସୁନାରୁ ୧୬ କେଜିର ହିସାବ ମିଳିଥିବା ବେଳେ ୪ କେଜିର ହିସାବ ମେଳ ଖାଉନାହିଁ। ଏନେଇ ତଦନ୍ତ ଜାରି ରହିଛି ଏବଂ ପରେ ସବିଶେଷ ବିବରଣୀ ଦିଆଯିବ ବୋଲି ବିଭାଗୀୟ ଅଧିକାରୀମାନେ କହିଛନ୍ତି।

Exit mobile version