Site icon UTKAL PRATIDIN

ଆତଙ୍କବାଦୀଙ୍କ ଗୁଳିରେ ୨ଜବାନ ସହିଦ

b6fa8adfeb99cfa7622832c7193eb04fc8d907afe2ff15f961230cc1982ab89d

ଜମ୍ମୁକାଶ୍ମୀରରେ ବଡ ଧରଣର ଆକ୍ରମଣ ହୋଇଛି ।ଜମ୍ମୁ କଶ୍ମୀରର କିସ୍ତଓ୍ବାଡା ଜିଲାରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଅତର୍କିତ ଗୁଳିବିନିମୟ ହୋଇଥିଲା । ଦୁଇଜଣ ସେନା କର୍ମଚାରୀ ଶହୀଦ ହୋଇଥିବାବେଳେ ଦୁଇଜଣ ଆହତ ହୋଇଛନ୍ତି ।

ଶହୀଦ ହୋଇଥିବା ସୈନିକମାନେ କନଷ୍ଟେବଳ ଅରବିନ୍ଦ ସିଂ ଏବଂ ଭିପିନ କୁମାର ବୋଲି ଜଣାପଡିଛି। ଆହତ ହୋଇଥିବା ସୈନିକଙ୍କ ମଧ୍ୟରେ ନାଏବ ସୁବେଦାର ବିପାନ କୁମାର ଏବଂ କନଷ୍ଟେବଳ ଅରବିନ୍ଦ ସିଂ ଅଛନ୍ତି। ସୁରକ୍ଷା ବାହିନୀ ଚଟୁର୍‌ ଅଞ୍ଚଳର ନାଇଡଗାମ ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେଶନ ଆରମ୍ଭ କରିଥିଲେ। ଏହି ସମୟରେ ସୁରକ୍ଷା ବାହିନୀ ଏବଂ ଲୁଚି ରହିଥିବା ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା।

Exit mobile version