Site icon UTKAL PRATIDIN

କୁକୁର ବୁଲାଇବାକୁ କେନ୍ଦ୍ର କରି ସଂଘର୍ଷ; ୨ ମୃତ, ୮ ଆହତ

download (10)

ମଧ୍ୟପ୍ରଦେଶର ଇନ୍ଦୋରରେ ଦୁଇଟି ପୋଷା କୁକୁର ଲଢ଼େଇ କଥାକୁ ନେଇ ପାଟିତୁଣ୍ଡ କରୁଥିବା ଦଳେ ଲୋକଙ୍କ ଉପରକୁ ଜଣେ ବ୍ୟକ୍ତି ଗୁଳି ଚଳାଇବାରୁ ୨ଜଣଙ୍କର ମୃତ୍ୟୁ ଘଟିବା ସହିତ ଆଉ ୮ଜଣ ଆହତ ହୋଇଥିବା ପୁଲିସ କହିଛି।ଖଜ୍‌ରାନା ଥାନା ଅନ୍ତର୍ଗତ କୃଷ୍ଣବାଗ କଲୋନିରେ ଏହି ଘଟଣା ଘଟିଛି। ଗୋଟାଏ ଘରୋଇ ବ୍ୟାଙ୍କ୍‌ରେ ସିକ୍ୟୁରିଟି ଗାର୍ଡ ଭାବେ କାର୍ଯ୍ୟ କରୁଥିବା ଅଭିଯୁକ୍ତ ରାଜପାଲ୍‌ ରାଜାୱତଙ୍କ ପୋଷା କୁକୁର ଓ ତାଙ୍କର ଜଣେ ପଡ଼ୋଶୀଙ୍କ ପୋଷା କୁକୁର ପରସ୍ପର ସହିତ ଲଢ଼େଇ କରିଥିଲେ। ଏହି କଥାକୁ ନେଇ ଦୁହିଁଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ରାଜାୱାତ୍‌ ଘରୁ ବନ୍ଧୁକ ନେଇ ଆସି ଗୁଳି ଚଳାଇଲେ।

ବରିଷ୍ଠ ପୁଲିସ ଅଧିକାରୀ ଅମରେନ୍ଦ୍ର ସିଂହ କହିଛନ୍ତି, ଜଣେ ଲୋକ ତାଙ୍କୁ ପୋଷା କୁକୁରକୁ ବୁଲାଇ ନେଇଥିଲେ। ସେହି ସମୟରେ ତାଙ୍କ କୁକୁର ତାଙ୍କର ଜଣେ ପଡ଼ୋଶୀଙ୍କ ପୋଷା କୁକୁର ସହିତ ଲଢ଼େଇ କଲା। ଏହି କଥାକୁ ନେଇ ଦୁଇ କୁକୁର ମାଲିକଙ୍କ ମଧ୍ୟରେ ପାଟିତୁଣ୍ଡ ହେଲା। ଦୁହେଁ ମାଡ଼ଗୋଳ ଲାଗିବାରୁ ଆଉ କିଛି ଲୋକ ଘଟଣାସ୍ଥଳରେ ରୁଣ୍ଡ ହୋଇଗଲେ। ରାଜପାଲ୍‌ ରାଜାୱତ ନାମକ ଜଣେ ବ୍ୟକ୍ତି (ଗୋଟାଏ କୁକୁରର ମାଲିକ) ହଠାତ୍‌ ଘରକୁ ଯାଇ ବନ୍ଧୁକ ଆଣି ଗୁଳି ଚଳାଇଲେ। ଫଳରେ ଘଟଣାସ୍ଥଳରେ ୨ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଲା। ଆଉ ୮ଜଣ ଆହତ ହେଲେ। ସେମାନଙ୍କ ମଧ୍ୟରୁ ୬ଜଣ ଏବେ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି।

ମୃତ ବ୍ୟକ୍ତିଦ୍ବୟ ହେଲେ, ୨୮ ବର୍ଷିୟ ରାହୁଲ୍‌ ଓ ୩୫ ବର୍ଷିୟ ବିମଳ। ଅଭିଯୁକ୍ତ ରାଜପାଲ୍‌ ରାଜାୱତ୍‌ଙ୍କୁ ଗିରଫ କରିବା ପରେ ପୁଲିସ ସେ ଚଳାଇଥିବା ବନ୍ଧୁକଟିକୁ ବି ଜବତ କରିଛି।

Exit mobile version