
ମୋହନ ସରକାରରେ ଏହା ପ୍ରଥମ ଜିଲ୍ଲାପାଲ ସମ୍ମିଳନୀ ।ସରକାରକୁ ଆସିବା ପରେ ପ୍ରଥମ ଥର ପାଇଁ ସବୁ ଜିଲ୍ଲାପାଳଙ୍କୁ ନେଇ ବୈଠକ କରିବେ ରାଜ୍ୟ ସରକାର ।ଆଜି ଓ ଆସନ୍ତାକାଲି ଦୁଇଦିନ ଧରି ଏହି ବୈଠକ ବସିବ ।ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ଯୋଜନା ବିଷୟରେ ଆଲୋଚନା କରାଯିବ ।
ତୃଣମୂଳସ୍ତରରେ କିପରି ସରକାରଙ୍କ ସମସ୍ତ ଯୋଜନା ପହଂଚିବା ସେ ସମ୍ପର୍କରେ ଅଧିକାରୀଙ୍କୁ ଗୁରୁମନ୍ତ୍ର ଦେବେ ରାଜ୍ୟସରକାର ।ଲୋକଙ୍କ ସରକାର, ଲୋକଙ୍କ ପାଇଁ ସରକାର, ଏହି ମନ୍ତ୍ର ଜିଲ୍ଲାପାଳ ଓ ଏସପିଙ୍କ ପରେ ବ୍ଲକ ଅଧିକାରୀ ଓ ତହସିଲଦାର ମାନଙ୍କୁ ମଧ୍ୟ ଦିଆଯିବ।ଉନ୍ନୟନ କମିଶନର ଅନୁଗତ ସ୍ୱାଗତ ଭାଷଣ ଦେବା ପରେ ମୁଖ୍ୟ ସଚିବ ମନୋଜ ଆହୁଜା ଜିଲ୍ଲାପାଳ ସମ୍ମିଳନୀ ଡାକିବା ସମ୍ପର୍କରେ ସମ୍ୟକ ସୂଚନା ଦେବେ । ୯ଟା ୪୦ମିନିଟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତାଙ୍କ ସରକାରର ପ୍ରାଥମିକତା ସମ୍ପର୍କରେ ପ୍ରାୟ ୨୦ମିନିଟ୍ ଧରି ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀମାନଙ୍କୁ ଅବଗତ କରାଇବେ ।