Site icon UTKAL PRATIDIN

ବିକ୍ରି ହେବ ଅର୍ପଣ ଚାଉଳ,ଜଗନ୍ନାଥ ମନ୍ଦିର ଆକାଉଣ୍ଟରେ ଜମା ହେଲା ୨.୮୬ କୋଟି

Arpana-Chaula

ଶ୍ରୀ ଜଗନ୍ନାଥଙ୍କ ଉଦେଶ୍ୟରେ ସଂଗ୍ରହ ହୋଇଥିବା ଅର୍ପଣ ଚାଉଳ ବିକ୍ରି ହୋଇଛି ।ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନ ସମୟରେ ଜଗନ୍ନାଥଙ୍କୁ ଗାଡ଼ିରେ ବୁଲାଇ ଜନସାଧାରଣଙ୍କଠାରୁ ଯେଉଁ ଚାଉଳ ଦାନ ଆକାରରେ ସଂଗ୍ରହ କରାଯାଇଥିଲା ତାହାର ସ୍ଥିତିକୁ ନେଇ ପ୍ରଶ୍ନ ଉଠିଥିବାବେଳେ ଅର୍ପଣ ଚାଉଳ ନିଲାମ ହୋଇଥିଲା। କୁଇଣ୍ଟାଲ ପିଛା ୨୭୮୦ ଟଙ୍କାରେ ନିଲାମ ହୋଇଛି ଅର୍ପଣ ଚାଉଳ। ଚାଉଳ ବିକ୍ରି ବାବଦରେ ଜଗନ୍ନାଥ ମନ୍ଦିର ଆକାଉଣ୍ଟରେ ଜମା ହେଲା ଟଙ୍କା। ଚାଉଳ ବିକ୍ରି ବାବଦରେ ୩ଟି ପର୍ଯ୍ୟାୟରେ ୨.୮୬ କୋଟି ଜମା କରାଯାଇଛି। ୧୦ ହଜାର ୩୨୨ କୁଇଣ୍ଟାଲ ଚାଉଳ ୨ କୋଟି ୮୬ ଲକ୍ଷ ଟଙ୍କାରେ ସମୁଦାୟ ଚାଉଳ ବିକ୍ରି ହୋଇଛି।

Exit mobile version