Site icon UTKAL PRATIDIN

ଖୋଲିଲା ୧୯୯୦ ମସିହା ହତ୍ୟାକାଣ୍ଡ ରହସ୍ୟ; ଧରାପଡ଼ିଲେ ହତ୍ୟାକାରୀ

yasin-750x430

ନୂଆଦିଲ୍ଲୀ: ୧୯୯୦ ମସିହାରେ ହୋଇଥିବା ଲୋମଟାଙ୍କୁରା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତଙ୍କୁ ଚିହ୍ନଟ କରିଛନ୍ତି ପ୍ରତ୍ୟେକ୍ଷଦର୍ଶୀ। ଗୁରୁବାର ଦିନ ଜମ୍ମୁ କାଶ୍ମୀରରେ ଏକ ସ୍ୱତନ୍ତ୍ର ସେଣ୍ଟ୍ରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ ବ୍ୟୁରୋ (ସିବିଆଇ) କୋର୍ଟରେ ଜଣେ ପ୍ରମୁଖ ପ୍ରତ୍ୟକ୍ଷଦର୍ଶୀ ଶ୍ରୀନଗରରେ ଭାରତୀୟ ବାୟୁସେନାର କର୍ମଚାରୀଙ୍କୁ ଗୁଳି ଚଳାଇ ହତ୍ୟା କରିଥିବା ୟାସିନ ମଲ୍ଲିକଙ୍କୁ ଚିହ୍ନଟ କରିଛନ୍ତି ଉକ୍ତ ପ୍ରତ୍ୟେକ୍ଷଦର୍ଶୀ। ୟାସିନ ମଲ୍ଲିକ ହେଉଛି ଜାମ୍ମୁ କାଶ୍ମୀର ଲିବରେସନ୍ ଫ୍ରଣ୍ଟ (ଜେକେଏଲ୍ଏଫ୍) ମୁଖ୍ୟ।

ସୂଚନାମୁତାବକ ୧୯୯୦ ମସିହା ଜାନୁଆରୀ ୨୫ ତାରିଖରେ ଶ୍ରୀନଗର ଉପକଣ୍ଠ ରାୱଲପୁରାରେ ସ୍କ୍ୱାଡ୍ରୋନ ଲିଡରଙ୍କ ସମେତ ଚାରିଜଣ ବାୟୁସେନା କର୍ମଚାରୀଙ୍କୁ ୟାସିନ ଗୁଳି କରି ହତ୍ୟା କରିଥିଲା। ଏହି ଘଟଣାରେ ପାଖାପାଖି ୨୨ ଜଣ ଗୁରୁତର ଆହତ ହୋଇଥିଲେ। ବାୟୁସେନାର ପୂର୍ବତନ କର୍ମଚାରୀ ତଥା ଏହି ମାମଲାର ସାକ୍ଷୀ ରାଜୱାର ଉମେଶ୍ୱର ସିଂ ଅଭିଯୁକ୍ତ ୟାସିନ ମଲିକଙ୍କୁ ଚିହ୍ନଟ କରିଛନ୍ତି। ଯିଏକି ଦିଲ୍ଲୀର ତିହାର ଜେଲରୁ ଭିଡିଓ ମାଧ୍ୟମରେ କୋର୍ଟରେ ହାଜର ହୋଇଥିଲେ। ୟାସିନ ବର୍ତ୍ତମାନ ତିହାର ଜେଲରେ ବନ୍ଦୀ ଜୀବନ ବିତାଉଛନ୍ତି।

ସିବିଆଇର ବରିଷ୍ଠ ଓକିଲ ମୋନିକା କୋହଲି କହିଛନ୍ତି ଯେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ସାମ୍ନାକୁ ଆସିଛି। ଏହି ମାମଲାର ଏହା ଏକ ଗୁରୁତ୍ତ୍ୱପୂର୍ଣ୍ଣ ଘଟଣାକ୍ରମ। ଏହି ଗୁଳିମାଡ଼ ଘଟଣା ପାଇଁ ୟାସିନ ମଲ୍ଲିକ ମୁଖ୍ୟ ଅଭିଯୁକ୍ତ ଭାବେ ଚିହ୍ନଟ ହୋଇଛନ୍ତି।

Exit mobile version