
ଦିନକୁ ଦିନ ଟ୍ରେନ ଦୁର୍ଘଟଣା ବଢ଼ିବାରେ ଲାଗିଛି । ମୈସୁର ଦରଭଙ୍ଗା ବାଗମାତୀ ଏକ୍ସପ୍ରେସ ଟ୍ରେନ ଚେନ୍ନାଇ ନିକଟ କଭାରପେଟ୍ଟାଇ ରେଳ ଷ୍ଟେସନ ନିକଟରେ ଏକ ମାଲବାହୀ ଟ୍ରେନ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୧୯ ଜଣ ଆହତ ହୋଇଛନ୍ତି।ତେବେ ୧୯ ଆହତ ଯାତ୍ରୀଙ୍କ ମଧ୍ୟରୁ ୨ରୁ ତିନି ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।
ସେମାନଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି।ସେପଟେ ଦୁର୍ଘଟଣା ଯୋଗୁ ଏହି ରୁଟ୍ ଦେଇ ଯାଉଥିବା ୨ଟି ଟ୍ରେନ୍ ଚଳାଚଳ ବାତିଲ କରାଯାଇଛି। ୮ଟି ଟ୍ରେନ୍ର ରୁଟ୍ ବଦଳାଇ ଦିଆଯାଇଛି। ଟ୍ରାକ୍ ଉପରୁ ଦୁର୍ଘଟଣାଗ୍ରସ୍ତ କୋଚ୍ଗୁଡିକୁ ହଟାଇବା ସହ ମରାମତି କାମ ଚାଲିଛି।ଦୁର୍ଘଟଣା ସମୟରେ ଏକ୍ସପ୍ରେସ୍ ଟ୍ରେନର ବେଗ ଘଣ୍ଟାପ୍ରତି ୭୫ କିଲୋମିଟର ଥିଲା। ମାଲବାହୀ ଗାଡି ପାଇଁ ଉଦ୍ଦିଷ୍ଟ ଲୁପ୍ ଲାଇନରେ ପଶି ଏହା ଧକ୍କା ଦେଇଥିବା ରେଲୱେ ପକ୍ଷରୁ କୁହାଯାଇଛି।