Site icon UTKAL PRATIDIN

ଚର୍ଚ୍ଚାରେ ଅମ୍ବାନୀ ପରିବାରର ବୋହୂ

ଚର୍ଚ୍ଚାରେ ଅମ୍ବାନୀ ପରିବାରର ବୋହୂ

ସରିଛି ବିବାହ, ସରୁନି ଚର୍ଚ୍ଚା

ଚର୍ଚ୍ଚାରେ ଅମ୍ବାନୀ ପରିବାରର ବୋହୂ
ସରିଛି ବିବାହ ମାତ୍ର କମିନି ଚର୍ଚ୍ଚା
ବିବାହର ଆକର୍ଷଣ ସାଜିଥିଲେ ବଲିଉଡ଼ ଓ ହଲିଉଡ଼ କଳାକାର
ମୁକେଶ ଅମ୍ବାନୀଙ୍କ ସାନପୁଅ ବାହାଘରକୁ ନେଇ ସବୁଠି ଚର୍ଚ୍ଚା |ମୁମ୍ୱାଇର ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀଙ୍କ ସହ ରାଧିକା ମର୍ଚେଣ୍ଟଙ୍କର ହୋଇଛି ବିବାହ, ସାତ ଜନ୍ମର ସାଥୀ ହୋଇଛନ୍ତି ଅନନ୍ତ ଓ ରାଧିକା |ଅନନ୍ତ ଓ ରାଧିକାଙ୍କ ବିବାହ ଉତ୍ସବରେ ୩ ରୁ ୫ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି ବୋଲି ଚର୍ଚ୍ଚା ହେଉଛି | ଅମ୍ବାନୀଙ୍କ ପରିବାର ପକ୍ଷରୁ ପଠାଯାଇଥିବା ନିମନ୍ତ୍ରଣ କାର୍ଡର ମୂଲ୍ୟ ୭ଲକ୍ଷ ବୋଲି କୁହାଯାଉଛି | ଅନନ୍ତ ଓ ରାଧିକାଙ୍କ ଇଟାଲିରେ ଆୟୋଜିତ ଏହି ବିବାହ ଉତ୍ସବରେ ପ୍ରାୟ ୫୦୦କୋଟି ଖର୍ଚ୍ଚ କରିଥିବା ସୂଚନା ମିଳିଛି | ରିପୋର୍ଟ ଅନୁସାରେ ଅନନ୍ତ ଅମ୍ବାନୀ ନିଜର ୨୫ଜଣ ବନ୍ଧୁଙ୍କୁ ୧.୬୭କୋଟି ଟଙ୍କାର ଲକ୍କରୀ ଘଣ୍ଟା ଉପହାର ଦେଇଛନ୍ତି | ନିକଟରେ ଅନନ୍ତ ଅମ୍ବାନୀଙ୍କ ବିବାହ ସରିଥିଲେ ମଧ୍ୟ ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ହ୍ରାସ ହେବାର ଦିଖିବାକୁ ମିଳିନି, ବରଂ ଅମ୍ବାନୀଙ୍କ ସମ୍ପତ୍ତି ବୃଦ୍ଧି ପାଇବା ଦେଖିବାକୁ ମିଳିଛି ଏହି ବିବାହରେ ଦେଶ ବିଦେଶର ବେଶ ପରିଚିତ ଲୋକ ଯୋଗ ଦେଇଥିଲେ,ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ନରେନ୍ଦ୍ର ମୋଦୀଙ୍କ ସମେତ ବହୁ ରାଜନେତା ମଧ୍ୟ ଯୋଗ ଦେଇଥିଲା ବେଳେ, ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ବ୍ଲୟାର ମଧ୍ୟ ଯୋଗ ଦେଇଥିଲେ |ବଲିଉଡ଼ ଜଗତର ନାମୀ ଦାମୀ କଳାକାର ଯଥା ଶାରୁଖାନ ଅମିତା ବଚନ ଓ ରଣବୀର କପୁର ଆଲିଆ ଭଟ୍ଟ ସହ ଅନେକ କଳାକାର ଯୋଗ ଦେଇଥିଲେ |କ୍ରୀଡ଼ା ଜଗତର ବେଶ୍ ଚର୍ଚ୍ଚିତ ତାରକା ମହେନ୍ଦ୍ର ସିଂ ଧୋନି ହାର୍ଦ୍ଦିକ ପାଣ୍ଡ୍ୟା ଭଳି ଅନେକ ଯୋଗ ଦେଇଥିଲେ|ବାହାଘରରେ ୨ହଜାରରୁ ଅଧିକ ସେଲିବ୍ରିଟି ସାମିଲ ହୋଇଥିଲେ , ଏବଂ ସମସ୍ତେ ନବ ଦମ୍ପତ୍ତିଙ୍କୁ ବୈବାହିକ ଜୀବନର ଶୁଭେଚ୍ଛା ଜଣାଇବା ସହ ଆଶୀର୍ବାଦ ପ୍ରଦାନ କରିଥିଲେ |

Exit mobile version