ବହୁ ପ୍ରତୀକ୍ଷାର ଘଟିଲା ଅନ୍ତ
୪୬ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର
ଚେମେଣି ବାହାରିଥିବାର ଦେଖିବାକୁ ମିଳିଛି
ସାଢ଼େ୪କୋଟି ଓଡ଼ିଆଙ୍କ ଆସ୍ଥା ଓ ବିଶ୍ୱାସ ହେଉଛନ୍ତି ମହାପ୍ରଭୁ ଶ୍ରୀ ଜଗନ୍ନାଥ | ୪୬ବର୍ଷ ଧରି ବନ୍ଦ ରହିଥିବା ମହାପ୍ରଭୁଙ୍କ ରତ୍ନ ଭଣ୍ଡାର ଖୋଲିଛି |୧୨ଜଣିଆ କମିଟିର ଉପସ୍ଥିତିରେ ଖୋଲିଛି ରତ୍ନ ଭଣ୍ଡାର, ମହାପ୍ରଭୁଙ୍କ ଅଲଙ୍କାରର ଗଣତି ଓ ମମରାମତି ନିମନ୍ତେ ଖୋଲାଯାଇଛି ଏହି ଭଣ୍ଡାର | ପ୍ରଥମେ ହେବ ମରାମତି ଓ ପରେ ହେବ ଗଣତି କାର୍ଯ୍ୟ| ବାହାର ରତ୍ନ ଭଣ୍ଡାର ଅଳଙ୍କାର ସ୍ଥାନାନ୍ତର କରିଛି କମିଟି, ନୀଳାଦ୍ରି ବିଜେ ପରେ ଭିତର ଅଳଙ୍କାର ହେବ ସ୍ଥାନାନ୍ତର |ରତ୍ନ ଭଣ୍ଡାରରେ ପଡ଼ିଥିବା ତିନୋଟି ଯାକ ତାଲା ଟ୍ରେଜେରିରୁ ଆସିଥିବା ତାଲାରେ ଖୋଲିଲା ନାହିଁ, ସେଥିପାଇଁ ଓଡ୍ରାଫ ଦଳ ତାଲା କାଟି ରତ୍ନ ଭଣ୍ଡାର ଭିତରକୁ ପ୍ରବେଶ କରିଛନ୍ତି | ସମସ୍ତ କାମ ଭିଡ଼ିଓ ଗ୍ରାଫି ଜରିଆରେ କରାଯାଇଛି| ସମୟ ଅଭାବରୁ ଖୋଲାଯାଇପାରି ନାହିଁ ସମସ୍ତ ଭଣ୍ଡାର| ନିଳାଦ୍ରୀ ବିଜେ ପରେ ଦିନ ଧାର୍ଯ୍ୟ କରି ରନ୍ନ ଭଣ୍ଡାରର ସମସ୍ତ ଅଳଙ୍କାର କରାଯିବ ସ୍ଥାନାନ୍ତରିତ|ରତ୍ନ ଭଣ୍ଡାରର ମରାମତି ପରେ ରତ୍ନ ଭଣ୍ଡାରର ସମସ୍ତ ଅଳଙ୍କାର ପୁର୍ବ ସ୍ଥାନକୁ କରାଯିବ ସ୍ଥାନାନ୍ତରିତ|