ଜନ୍ମସ୍ଥାନକୁ ବାହୁଡ଼ିବେ ମହାବାହୁ
ମାଉସୀ ମା ଠାରୁ ବିଦାୟ ନେବେ ଚତୁର୍ଦ୍ଧାବିଗ୍ରହ
ବଡ଼ଦାଣ୍ଡରୁ ଶ୍ରୀମନ୍ଦିର ହୋଇ ଉଠିଛି ଚଳଚଞ୍ଚଳ
ବଡ଼ଦାଣ୍ଡରୁ ଶ୍ରୀମନ୍ଦିର ହୋଇ ଉଠିଛି ଚଳଚଞ୍ଚଳ
ଆଜି ବାହୁଡ଼ିବେ ମହାବାହୁ |ମାଉସୀ ମା ଠାରୁ ବିଦାୟ ନେବେ ଚତୁର୍ଦ୍ଧା ବିଗ୍ରହ | ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ବାହୁଡ଼ିବେ ଶ୍ରୀ ମନ୍ଦିର |ପରମ୍ପରା ଅନୁଯାୟୀ ସମସ୍ତ ନୀତିକାନ୍ତି ସମ୍ପର୍ଣ୍ଣ ହେବା ପରେ ଦିନ 12ଟାରେ ଆରମ୍ଭ ହେବ ପହଣ୍ଡି | ଅପରାହ୍ନ 4ଟାରେ ଆରମ୍ଭ ହେବ ମହାପ୍ରଭୁଙ୍କ ରଥଟଣା କାର୍ଯ୍ୟ | ଗୁଣ୍ଡିଚା ମନ୍ଦିରରେ ଦୀର୍ଘ 9ଦିନ ଧରି ଭାଇ ଭଉଣୀଙ୍କ ସହ ଲୀଳା ଖେଳା କରି ଆଜି ନିଜ ଜନ୍ମ ସ୍ଥାନକୁ ବାହୁଡ଼ିବେ ମହାବାହୁ |ଶ୍ରୀ ମନ୍ଦିରରୁ ବଡ଼ ଦାଣ୍ଡ ପର୍ଯ୍ୟନ୍ତ ହୋଇ ଉଠିଛି ଚଳ ଚଞ୍ଚଳ, ଖୁସିରେ ଆତ୍ମବିଭୋର ହୋଇ ଉଠୁଛନ୍ତି ଶହ ଶହ ଭକ୍ତ, ଶ୍ରୀଜିଉଙ୍କ ପହଣ୍ଡି ପରେ ବାଟରେ ମାଉସୀମାଙ୍କ ହାତରୁ ପୋଡ଼ ପିଠା ଖାଇବେ ଠାକୁରେ |ରଥ ଟଣା କାର୍ଯ୍ୟ ସରିବା ପରେ ଶ୍ରୀ ଜୀଉଙ୍କ ଅନ୍ୟାନ୍ୟ ନୀତିକାନ୍ତି ସମ୍ପର୍ଣ୍ଣ ହେବ | ମହାଲକ୍ଷ୍ମୀଙ୍କ ମାନଭଞ୍ଜନ କରିବେ ମହାବାହୁ |ବାହୁଡ଼ାରେ ସମସ୍ତ ନୀତିକ୍ରାନ୍ତିକୁ ଶୃଙ୍ଖଳାର ସହ ସମାପନ କରିବାକୁ ପ୍ରଶାସନ ପକ୍ଷରୁ କରାଯାଇଛି ସମସ୍ତ ବ୍ୟବସ୍ଥା | ଶ୍ରୀଜିଉଙ୍କ ବାହୁଡ଼ା ଯାତ୍ରା ଉପଲକ୍ଷେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାକୁ ଥିବାରୁ ଭକ୍ତଙ୍କ ସୁରକ୍ଷା ପାଇଁ କରାଯାଇଛି ସମସ୍ତ ପ୍ରକାର ବ୍ୟବସ୍ଥା |