Site icon UTKAL PRATIDIN

୨ ସପ୍ତାହରେ ୧୫୦କର୍ମଚାରୀ ଇସ୍ତଫା

go-first-crisis-740x430

ନୂଆଦିଲ୍ଲୀ: ଆର୍ଥିକ ସଙ୍କଟ ଦେଇ ଗତି କରୁଛି ଏୟାରଲାଇନ୍ କମ୍ପାନୀ ‘ଗୋ ଫାଷ୍ଟ’। ଦିନକୁ ଦିନ ଗୋ ଫାଷ୍ଟର ସମସ୍ୟା ବଢିଚାଲିଛି। ଗୋଟିଏ ପଟେ କମ୍ପାନୀ ଦୀର୍ଘ ଦିନ ଧରି ଏହାର ବିମାନ ଚଳାଚଳ ଆରମ୍ଭ କରିବାକୁ ଚେଷ୍ଟା କରିଆସୁଛି। ଅନ୍ୟପଟେ ପୁଣି ଏକ ନୂତନ ସମସ୍ୟାର ସାମ୍ମୁଖିନ ହେବାକୁ ପଡିଛି। ଦୀର୍ଘ ସମୟ ଧରି ଦରମା ନଦେବା କାରଣରୁ ଗତ ଦୁଇ ସପ୍ତାହ ମଧ୍ୟରେ ୧୫୦ରୁ ଅଧିକ କର୍ମଚାରୀ ଇସ୍ତଫା ଦେଇଛନ୍ତି।

ଏକ ରିପୋର୍ଟ ଅନୁଯାୟୀ, କମ୍ପାନୀର କର୍ମଚାରୀମାନେ ଗତ ୩ ମାସ ଧରି ଦରମା ପାଇନାହାଁନ୍ତି। ଏଭଳି ପରିସ୍ଥିତିରେ ସେମାନେ ବର୍ତ୍ତମାନ ଅନ୍ୟ କମ୍ପାନୀରେ ଚାକିରି ଖୋଜୁଛନ୍ତି। ଅନ୍ୟପଟେ କମ୍ପାନୀର କର୍ମଚାରୀମାନଙ୍କ କହିବୁ ଅନୁଯାୟୀ, ବୋନସ ଏବଂ ବେତନ ପ୍ରତିଶ୍ରୁତି ସତ୍ତ୍ୱେ ଗୋ ଫାଷ୍ଟ ମେ, ଜୁନ ଏବଂ ଜୁଲାଇ ମାସର ଦରମା ପ୍ରଦାନ କରିନାହିଁ। ଗତ ଦୁଇ ସପ୍ତାହ ମଧ୍ୟରେ ୩୦ ପାଇଲଟ, ୫୦ କ୍ୟାବିନ କ୍ରୁ ସଦସ୍ୟ ଏବଂ ୫୦ ଗ୍ରାଉଣ୍ଡ ହ୍ୟାଣ୍ଡଲିଂ କର୍ମଚାରୀଙ୍କ ସମେତ ଅନ୍ୟାନ୍ୟ ଷ୍ଟାଫ୍‌ କମ୍ପାନୀରୁ ଇସ୍ତଫା ଦେଇଛନ୍ତି।

ମେ ୩ ରେ ଆରମ୍ଭ ହୋଇଥିବା ଗୋ ଫାଷ୍ଟ ସଙ୍କଟ ଦୂର ହେଉ ନାହିଁ। କମ୍ପାନୀ ବୁଧବାର ପୁଣି ଥରେ ସୂଚନା ଦେଇଛି ଯେ ଅଗଷ୍ଟ ୧୮, ୨୦୨୩ ପର୍ଯ୍ୟନ୍ତ ଏହାର ସମସ୍ତ ବିମାନ ବାତିଲ କରିଛି। ସେହିପରି ଜୁଲାଇ ୧, ୨୦୨୩ ରେ ଡିଜିସିଏ ଗୋ ଫାଷ୍ଟ ସର୍ତ୍ତ ସହିତ ଉଡ଼ିବାକୁ ଅନୁମତି ଦେଇଥିଲା। ମଧ୍ୟବର୍ତ୍ତୀ ପାଣ୍ଠିର ଉପଲବ୍ଧତା ଏବଂ ଉଡ଼ାଣ ସୂଚୀ ଅନୁମୋଦନ ପରେ ଡିଜିସିଏ ଏହି ଅନୁମତି ଦେଇଥିଲେ।

Exit mobile version