Site icon UTKAL PRATIDIN

ଗେଷ୍ଟ ଫ୍ୟାକୋଲ୍‌ଟି ଭରସାରେ ଚାଲିଛି ନାମକରା ବିଶ୍ବବିଦ୍ୟାଳୟ

Odisha-assembly

ଭୁବନେଶ୍ଵର: ବିଶ୍ଵବିଦ୍ୟାଳୟରେ ନାହାଁନ୍ତି ପ୍ରଫେସର, ପଢାଉଛନ୍ତି ଗେଷ୍ଟ ଫ୍ୟାକୋଲ୍‌ଟି । ଗେଷ୍ଟ ଫ୍ୟାକୋଲ୍‌ଟି ଭରସାରେ ଚାଲିଛି ଓଡିଶାର ନାମକରା ବିଶ୍ବବିଦ୍ୟାଳୟମାନ । ୧୭ଟି ବିଶ୍ବବିଦ୍ୟାଳୟରେ ୧୩୦୭ ପ୍ରଫେସର ପଦବୀ ଖାଲି ପଡ଼ିଥିବା ବେଳେ ପଢ଼ାଉଛନ୍ତି ୯୬୩ ଜଣ ଗେଷ୍ଟ ଫ୍ୟାକୋଲ୍‌ଟି । ଏନେଇ ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ପ୍ରଶ୍ନରେ ଲିଖିତ ଉତ୍ତର ରଖିଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ ।

୧୭ ବିଶ୍ବବିଦ୍ୟାଳୟରେ ଖାଲି ପଡ଼ିଛି ୧୩୦୭ ପ୍ରଫେସର ପଦବୀ । ଉତ୍କଳରେ ୧୩୬ ଟି ପ୍ରଫେସର ପଦବୀ ଖାଲି ପଡିଥିବା ବେଳେ ରେଭେନ୍ସାରେ ୧୫୭ଟି, ଖଲ୍ଲିକୋଟରେ ୧୧୨ଟି, ରାଜେନ୍ଦ୍ରରେ ୧୦୬ଟି, ଧରଣୀଧରରେ ୧୧୧ଟି ପ୍ରଫେସର ପଦବୀ ଖାଲି ପଡିଛି । ସେହିପରି ଉତ୍କଳରେ ୫୯ ଜଣ ଗେଷ୍ଟ ଫ୍ୟାକୋଲ୍‌ଟି ପଢାଉଥିବା ବେଳେ ରେଭେନ୍ସାରେ ୮୯, ସମ୍ବଲପୁରରେ ୬୪, ରାଜେନ୍ଦ୍ର ବିଶ୍ବବିଦ୍ୟାଳୟରେ ୧୧୩, ବିକ୍ରମଦେବରେ ୭୮, ଗଙ୍ଗାଧର ମେହେରରେ ୬୧, ଖଲ୍ଲିକୋଟରେ ୬୩, ରମାଦେବୀରେ ୮୧ ଜଣ ଗେଷ୍ଟ ଫ୍ୟାକୋଲ୍‌ଟି ପଢାଉଛନ୍ତି ।

Exit mobile version