Site icon UTKAL PRATIDIN

ନିର୍ବାଚନ ଜିତିଲେ ପୁଣି ଇସ୍ତଫା ଦେଲେ ବିଜେପିର ୧୨ ସାଂସଦ

4

ନୂଆଦିଲ୍ଲୀ:ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ସାମ୍ନାକୁ ଆସି ସାରିଛି । ଯେଉଁ ସାଂସଦମାନେ ବିଧାନସଭା ନିର୍ବାଚନରେ ଜିତିଛନ୍ତି ସେମାନେ ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି । ଏମାନଙ୍କ ମଧ୍ୟରେ ଅଛନ୍ତି ୧୨ ଜଣ ବିଜେପି ସାଂସଦ । ଆଜି ଏହି ୧୨ ଜଣ ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି ।

ବିଜେପି ତିନୋଟି ରାଜ୍ୟ ମଧ୍ୟପ୍ରଦେଶ, ଛତିଶଗଡ ଏବଂ ରାଜସ୍ଥାନରେ ସରକାର ଗଠନ କରିବ । ଏଥିସିହତ ତେଲେଙ୍ଗାନାରେ ୮ଟି ଆସନରେ ଜିତିଛି ବିଜେପି । ବିଜେପି ଏହି ୪ଟି ରାଜ୍ୟରେ ୨୧ ଜଣ ସାଂସଦଙ୍କୁ ଟିକେଟ ଦେଇଥିଲା । ଏମାନଙ୍କ ମଧ୍ୟରୁ କେବଳ ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ ୭ ଜଣ ଲେଖାଏ ସାଂସଦ ନିର୍ବାଚନ ଲଢୁଥିଲେ ।

ଇତିମଧ୍ୟରେ ହାଇକମାଣ୍ଡ ଜିତିଥିବା ସାଂସଦଙ୍କ ସହ ଦେଖା କରିଛନ୍ତି ଏବଂ ସେମାନଙ୍କୁ ସଂସଦ ସଦସ୍ୟ ପଦ ଛାଡିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଦଳ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହ ଏହି ବିଜୟୀ ନେତାମାନେ ସ୍ପିକରଙ୍କ ପାଖକୁ ଯାଇ ଇସ୍ତଫା ଦେଇଛନ୍ତି । ଇସ୍ତଫ ଦେଇଥିବା ଏହି ୧୨ ସଦସ୍ୟ ହେଲେ ରାଜସ୍ଥାନରୁ ରାଜ୍ୟବର୍ଦ୍ଧନ ରାଠୋଡ, ଦୀୟା କୁମାରୀ, କିରୋଡି ଲାଲ ମୀନା(ରାଜ୍ୟସଭା ସଦସ୍ୟ), ମଧ୍ୟପ୍ରଦେଶରୁ ନରେନ୍ଦ୍ର ସିଂ ତୋମର, ପ୍ରହ୍ଲାଦ ପଟେଲ, ରାକେଶ ସିଂହ, ରୀତି ପାଠକ, ଉଦୟ ପ୍ରତାପ ସିଂହ, ଛତିଶଗଡର ଗୌତମ ସାଈ ଏବଂ ଅରୁଣ ସାବ ।

Exit mobile version