
ସମାକୋଇ ଜଳସେଚନ ପ୍ରକଳ୍ପକୁ ବିରୋଧ କରି ତେଲକୋଈ ୧୨ଘଂଟିଆ ବନ୍ଦ ଡାକରା ଦେଇଛି ।ସମିତି ପକ୍ଷରୁ ୪୯ନଂ ଜାତୀୟ ରାଜପଥର ଜଗମୋହନପୁର ଠାରେ ରାସ୍ତା ଅବରୋଧ କରାଯାଇଛି।ଏଥିରେ ସାଧାରଣ ଲୋକଙ୍କ ସହିତ ବିଭିନ୍ନ ସଂଗଠନ ର ସର୍ମଥନ ରହିଥିବା ଜଣାପଡିଛି।
ବନ୍ଦ ଯୋଗୁଁ ଗାଡ଼ି ମୋଟର ଚଳାଚଳ ସହିତ ଦୋକାନ ବଜାର ମଧ୍ୟ ବନ୍ଦ ରହିଛି।ମୋହନ ମାଝୀ ସରକାରଙ୍କ ପ୍ରଥମ ବଜେଟରେ ଅନୁଗୋଳ ସମାକୋଇ ବ୍ୟାରେଜ ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ବ୍ୟବସ୍ଥା କରାଗଲା।
ଯାହାର ନିର୍ମାଣ ସ୍ଥଳ କେନ୍ଦୁଝର ଜିଲ୍ଲା କରଦାଙ୍ଗି ପଞ୍ଚାୟତ ଚକଧରଠାରେ ରହିଛି।
ଏହି ପ୍ରକଳ୍ପ ଅନୁମୋଦନ ହେବା ପରେ ତେଲକୋଇ ବ୍ଲକରେ ବହୁ ଗାଁ ଜଳମଗ୍ନ ହେବା ଆଶଙ୍କାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।ଯାହାକୁ ନେଇ ଅସନ୍ତୋଷ ଦେଖାଦେଇଛି ।ମୁଖ୍ୟମନ୍ତ୍ରୀଙ୍କୁ ଏ ସମ୍ପର୍କରେ ଅବଗତ କରାଯାଇଥିଲେ ମଧ୍ୟ ସରକାରଙ୍କ ପାଖରୁ କୌଣସି ପ୍ରତିକ୍ରିୟା ମିଳିପାରିନଥିଲା ସେଥି ପାଇଁ ପୁଣିଥରେ ତେଲକୋଇ ବନ୍ଦ କରାଯାଇଛି ।