ଆଜିଠୁ ୧୨ଘଣ୍ଟିଆ ପାଟଣାଗଡ଼ ବନ୍ଦ ।ପାଟଣାଗଡରେ ୨ଦଫା ଦାବିରେ ସିଟିଜେନ୍ ଫୋରମ୍ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ ହୋଇଛି ।ଏହି ବନ୍ଦ ପାଳନର ମୁଖ୍ୟ ଦାବି ଥିଲା ପାଟଣାଗଡକୁ ରେଳ ଲାଇନ ଓ ବାଇପାସ । ଯାନବାହନ ଚଳାଚଳ ଠପ୍ । ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ଯାତ୍ରୀ ।
ବଲାଙ୍ଗୀର ଜିଲ୍ଲା ପାଟଣାଗଡ ବ୍ଲକରେ ଏହି ଆନ୍ଦୋଳନ ହେଉଛି ।ଶନିବାର ସକାଳୁ ସକାଳୁ ଆନ୍ଦୋଳନକାରୀ ମାନେ ପିକେଟିଙ୍ଗ କରି ଦୋକାନ ବଜାର ବନ୍ଦ କରିଛନ୍ତି । ଏହି ଦାବି ନେଇ ପୂର୍ବରୁ ଅନେକ ଥର ଦାବି ହୋଇଥିଲେ ମଧ୍ୟ, ପ୍ରଶାସନ କୌଣସି ପଦକ୍ଷେପ ନେଇ ନାହିଁ । ତେଣୁ ବାଧ୍ୟ ହୋଇ ସିଟିଜେନ ଫୋରମ ଏହି ଆନ୍ଦୋଳନର ଡାକରା ଦେଇଛନ୍ତି ।ଯାନବାହାନ ଚଳାଚଳ ବନ୍ଦ ହୋଇଯିବ ଫଳରେ ଯାତ୍ରୀମାନେ ନାହିଁ ନଥିବାଅସୁବିଧାର ସମ୍ମୁଖୀନ ହେଉଛନ୍ତି ।