Site icon UTKAL PRATIDIN

୧୧୨ଜଣଙ୍କର ଜୀବନ ନେଲଣି ଭୟଙ୍କର ଜଳ ପ୍ରଳୟ

Nepal

ନେପାଳରେ ଲଗାଣ ଓ ପ୍ରବଳ ବର୍ଷ ଯୋଗୁଁ ବନ୍ୟା ସ୍ଥିତି ଗମ୍ଭୀର ସ୍ଥିତି ଧାରଣ କରିବାରେ ଲାଗିଛି ।୧୧୨ଜଣଙ୍କର ଜୀବନ ନେଲଣି ଭୟଙ୍କର ବନ୍ୟା ।୪ଦିନ ଧରି ଲଗାଣ ବର୍ଷା ହେବ ଫଳରେ ସହରର କିଛି ଅଂଚଳ ଜଳମଗ୍ନ ହୋଇ ରହିଛି ।ନେପାଳର ରାଜଧାନୀ କାଠମାଣ୍ଡୁରେ ୨୨୬ ଘର ବନ୍ୟାଘେରରେ ରହିଛି।

ପ୍ରଭାବିତ ଅଞ୍ଚଳରେ ନେପାଳ ପୋଲିସ ପକ୍ଷରୁ ପାଖାପାଖି ୩ ହଜାର ସୁରକ୍ଷା କର୍ମୀଙ୍କୁ ମୁତୟନ କରାଯାଇଛି।ବନ୍ୟାରେ କାଠମାଣ୍ଡୁ ସହରର ଟ୍ରାଫିକ୍‌ ବ୍ୟବସ୍ଥା ବାଧାପ୍ରାପ୍ତ ହେବା ସହ ସାଧାରଣ କାର୍ଯ୍ୟକଳାପକୁ ଅଟକାଇ ଦେଇଛି।

ସେହିପରି ବନ୍ୟା ପରିସ୍ଥିତି ଯୋଗୁଁ ବିଦୁତ ସରବରାହ ମଧ୍ୟ ବନ୍ଦ ରହିଛି । ଦେଶରେ ଜାରି ବର୍ଷା ଯୋଗୁ ନେପାଳ ଶିକ୍ଷା ବିଭାଗ ସମସ୍ତ ଶିକ୍ଷାନୁଷ୍ଠାନକୁ ୩ ଦିନ ନିମନ୍ତେ ଛୁଟି ଘୋଷଣା କରିଛି।ବନ୍ୟା ପରିସ୍ଥିତି ଯୋଗୁଁ ଜନଜୀବନ ମଧ୍ୟ ଅସ୍ତବ୍ୟସ୍ତ ହୋଇପଡିଛି ।

Exit mobile version