Site icon UTKAL PRATIDIN

ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଅଭିଯୋଗରେ ବନ୍ଧା ହେଲେ ୧୦ ଅଭିଯୁକ୍ତ

Jajpur_1732187582

ରାଜନୀତି ମାହୋଲକୁ ବେଶ ଗରମ କରିଛି ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କ ଉପରେ ହୋଇଥିବା ଆକ୍ରମଣ । ପ୍ରଣବ ପ୍ରକାଶ ଦାସ ବବିଙ୍କ ସମର୍ଥକମାନେ ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି ନିଜେ ବିଧାୟକ ସାହୁ। ଡିଡିଏମ୍‌ଙ୍କ ଅଫିସକୁ ମିଟିଂ ପାଇଁ ଯିବା ବେଳେ ଯାଜପୁର ବୁଢ଼ାପୋଲ ନିକଟରେ ବିଧାୟକଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ବିଧାୟକଙ୍କ ପିଏସ୍‌ଓଙ୍କ ଏତଲା ଆଧାରରେ ୧୦ ଜଣଙ୍କୁ ଗିରଫ କରାଯାଇଛି।

ଅନ୍ୟପଟେ, ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣାରେ ପୁଲିସ ଡିଜି ୱାଇ.ବି ଖୁରାନିଆ ପ୍ରତିକ୍ରିୟା ରଖିଛନ୍ତି। ପୁଲିସ ଡିଜି କହିଛନ୍ତି, ଘଟଣା ସମ୍ପର୍କରେ ଅବଗତ ହେବା ପରେ ଫୋର୍ସ ମୁତୟନ ହୋଇଛି। ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ। ଆଇନଶୃଙ୍ଖଳା ଏଡିଜି ଘଟଣାସ୍ଥଳରେ ଅଛନ୍ତି। ଘଟଣା ପରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବୋଲି ସେ କହିଛନ୍ତି।

ସୂଚନାମୁତାବକ, ବିଧାୟକ ସାହୁ କହିଛନ୍ତି, କିଛି ଲୋକ ରାସ୍ତାରୋକ କରିଥିଲେ। ରାସ୍ତା ବନ୍ଦ ଥିବାରୁ ମୋ ଗାଡ଼ି ସେଠାରେ ଅଟକି ଥିଲା। ସେମାନେ ମୋ ଗାଡ଼ିକୁ ରଡ୍‌ ଓ ଠେଙ୍ଗାରେ ପିଟିଥିଲେ। ଗାଡ଼ିରେ ମୋତେ ଦେଖି ମୋ ଆଡ଼କୁ ମାଡ଼ି ଆସିଥିଲେ। ମୋତେ ପିଟି, ମୋ ଚେନ୍‌ ଛିଡ଼ାଇ ନେଇଥିଲେ। ବବି ଭାଇ ଜିନ୍ଦାବାଦ୍‌ କହି ମୋତେ ସେମାନେ ଆକ୍ରମଣ କରିଥିଲେ। ତୁରନ୍ତ ଏଠୁ ପଳା, ନହେଲେ ମାରିଦେବୁ ବୋଲି ସେମାନେ କହିଥିଲେ ବୋଲି ଅଭିଯୋଗ ଆଣିଛନ୍ତି ବିଧାୟକ ହିମାଂଶୁ ସାହୁ ।

Exit mobile version