Site icon UTKAL PRATIDIN

‘ଦି କେରଲା ଷ୍ଟୋରି’ କାହାଣୀ ସତ ହେଲେ ୧କୋଟି ଟଙ୍କା ଦିଆଯିବ

1

ଫିଲ୍ମ ‘ଦି କେରଲା ଷ୍ଟୋରି’ ରିଲିଜ୍‌ ହେବା ପୂର୍ବରୁ ଜାତୀୟ ରାଜନୀତିରେ ଝଡ ସୃଷ୍ଟି ହୋଇଛି। ତେବେ ଏହି ଫିଲ୍ମକୁ ନେଇ ଜାତୀୟ ରାଜନୀତିରେ ବିବାଦ ଦେଖାଦେଇଛି।

ତେବେ ଏ ନେଇ ମୁସଲିମ ୟୁଥ ଲିଗ୍‌ର କେରଳ ରାଜ୍ୟ ସମିତି ଫିଲ୍ମରେ ଲଗାଯାଇଥିବା ଆରୋପକୁ ଯେଉଁ ବ୍ୟକ୍ତି ସତ ପ୍ରମାଣିତ କରିବ ତାଙ୍କୁ ଏକ କୋଟି ଟଙ୍କା ଦେବାକୁ ଘୋଷଣା କରିଛି। ସୁଦୀପ୍ତୋ ସେନଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ୩୨,୦୦୦ମହିଳା ଧର୍ମ ପରିବର୍ତ୍ତନ କରି ଆଇଏସଆଇଏସରେ ଯୋଗଦେବାର କାହାଣୀ ରହିଛି।

ଫିଲ୍ମ ‘ଦି କେରଲା ଷ୍ଟୋରି’ ଆସନ୍ତା ୫ ତାରିଖରେ ଫିଲ୍ମ ହଲ୍‌ରେ ରିଲିଜ୍‌ ହେବାକୁ ଯାଉଛି। ମୁସଲିମ ଲିଗ କହିଛି ଯେ, ଫିଲ୍ମଟି ଯଦି ସତ ଘଟଣା ଉପରେ ଆଧାରିତ ତେବେ ଏହାକୁ ପ୍ରମାଣ କରନ୍ତୁ। ପ୍ରମାଣ ପତ୍ର ଦାଖଲ କରିବା ପାଇଁ ମେ ୪ତାରିଖରୁ ସବୁ ଜିଲାରେ ସଂଗ୍ରହ କେନ୍ଦ୍ର ଖୋଲାଯିବ। ସଂଗ୍ରହ କେନ୍ଦ୍ରକୁ ଯାଇ ପ୍ରମାଣ ଦାଖଲ କରିପାରିବେ।

Exit mobile version